ହିଲ୍ଟପ୍ ସ୍ନାତକ କଲେଜରେ ଆଲୋଚନାଚକ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ହିଲଟପ ସ୍ନାତକ ବିଦ୍ୟାଳୟରେ ‘ଓଡ଼ିଶା ‘ଓଡ଼ିଶାରେ ଜଗନ୍ନାଥ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରର )ର ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯକ୍ରମ ଚାର୍ଯକ୍ରମକୁ ଉଦଘାଟନ କରିବାସହ ଜଗନ୍ନାଥ ସଂ ସଂସ୍କୃତି ଆମକୁ ନୀତି, ନିଷ୍ଠା ଓ କର୍ଗବ୍ୟ ପରାୟଣ । ହେବାପାଇଁ ଶିକ୍ଷା ଦେଇଛି ବୋଲି କହିଥିଲେ। ମହାବି ଅଧ୍ୟକ୍ଷ ଶୁଦ୍ରାକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଠ ଭଞ୍ଜ ଗବେଷକ ଡକ୍ଟର ସୁରେଶ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଗବତର ସରଳ ବ୍ୟାଖ୍ୟା କରିବା ସହ ମଣିଷ ସମାଜପ୍ରତି ଏହି ଗ୍ରନ୍ଥର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥ୍ ଭାବେ ବାବା ପ୍ରମୋଦ ସ୍ବାମୀ ଯୋଗଦେଇଥିଲେ। ଡକ୍ଟର ପ୍ରଣାବାନନ୍ଦ ପଟୁଣୀ ସ୍ବାଗତ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ପରିଚାଳନା କରିଥିଲେ I ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।