ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ ଘାଟନୀ ଉତ୍ସବ ଅବସର’ରେ “ନୂଆ- ଓ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ ତିନିଦିନ ଧରି ଚାଲିଥିବା “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” ର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ’ରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ବିଚାରକ ରୁପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ୱ ଦରବାର’ରେ ଓଡ଼ିଆ ଭାଷା’ର ମାନ୍ୟତା ବିଷୟରେ ସବିଶେଷ ଆଲୋଚନା କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଓଡ଼ିଆ ରନ୍ଧା ଖାଦ୍ୟ ପରଖି ସେମାନଙ୍କ ମଧ୍ୟ’ରୁ ତିନି ଜଣ’ଙ୍କୁ ଶ୍ରେଷ୍ଠ ମନୋନୀତ କରିଥିଲେ। ତା ପରେ ଜଗନ୍ନାଥ ସଂସ୍କୃତି ବିଷୟ’ରେ ଓଡ଼ିଆ ପ୍ରବନ୍ଧ ଲିଖନ ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ’ରେ ମୁଖ୍ୟ ବିଚାରକ ଭାବେ ଗୁରୁ ରଘୁନାଥ ପାତ୍ର ଯୋଗ ଦେଇ ଓଡ଼ିଆ ଭଜନ , ଓଡ଼ିଆ ଲୋକ ଗୀତ ଓ ଲୋକ ନୃତ୍ୟ ଆଦି କାର୍ଯ୍ୟକ୍ରମ’ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରିଥିଲେ।ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ’ରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ବୁଝାଇ ଥିଲେ।ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସଭା କାର୍ଯ୍ୟକ୍ରମ’ରେ ସଭାପତିତ୍ୱ କରି ଓଡ଼ିଆ ଭାଷା ଓ ସାହିତ୍ୟ’ର ଗୌରବ ଗାଥା ବହନ କରିଥିଲେ।ସେହିଭଳି “ନୂଆ – ଓ” ର ନୋଡାଲ ଅଫିସର ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ , ସ୍ୱାଗତ ସମ୍ଭାଷଣ ଦେବା ସହ ଆଭିମୁଖ୍ୟ ସମ୍ପର୍କ’ରେ କହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଜି’ର କାର୍ଯ୍ୟକ୍ରମ ‘ର ନୋଡ଼ାଲ ଅଫିସର ଡ଼.ନଳିନୀ କୁମାରୀ ସାବତ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମ ମାନଙ୍କ’ରେ ବିଦ୍ୟାଳୟ’ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ’ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ