କଳିଙ୍ଗ କ୍ରୀଡା ମହୋତ୍ସବରେ ଚାରି ଗୋଟି ବିଭାଗରେ ସ୍ୱର୍ଣ୍ଣ ପଦକ ପାଇଲେ କରନ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ “କଳିଙ୍ଗ କ୍ରୀଡା ମହୋତ୍ସବ” ତିନି ଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତାରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ର କରନ କୁମାର ପାତ୍ର ଅଂଶ ଗ୍ରହଣ କରିଥିଲେ। ଶ୍ରୀ ପାତ୍ର କଳିଙ୍ଗ କ୍ରୀଡା ମହୋତ୍ସବରେ ୧୦୦ ମିଟର ଦୌଡ଼, ୮୦୦ ମିଟର ଦୌଡ଼, ସଟ ପୁଟ ଓ ଲମ୍ବା ଡିଆଁ ରେ ପ୍ରଥମ ସ୍ଥାନ ଅଧିକାର କରି ଚାରି ଗୋଟି ସ୍ବର୍ଣ୍ଣ ପଦକ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ବର୍ଷର ଛାତ୍ର କରନ କୁମାର ପାତ୍ର ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଚାରି ଗୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇ ନିଜ ପାଇଁ ଓ ଶିକ୍ଷାନୁଷ୍ଠାନ ପାଇଁ ଗୋୖରବ ଆଣି ପାରିଥିବା ଯୋଗୁଁ ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଆନନ୍ଦ ପ୍ରକାଶ କରିବା ସହ କରନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଛାତ୍ରଛାତ୍ରୀ ବୃନ୍ଦ ଏଥିରୁ ପ୍ରେରଣା ପାଇବା ସହ ସ୍କୁଲରେ ଆନନ୍ଦର ଲହରୀ ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ