ଦେଶର ଭବିଷ୍ୟତ ନୂତନ ଭୋଟରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ

ବାଲେଶ୍ୱର, (ସରୋଜ ପଣ୍ଡା):ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ନମୋ ନବମତଦାତା ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦେଶରେ ପାଖାପାଖି ୫୦୦୦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଏହାର ଅନୁରୂପ ଆଜି ବାଲେଶ୍ୱର ସହରର ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ନମୋ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀ ଯୁବକମାନଙ୍କ ମଧ୍ୟରେ ଦଳର ଉପସ୍ଥିତି ବଂଚାଇବା ଏବଂ ଗଣତନ୍ତ୍ର ସହିତ ସେମାନଙ୍କର ସମ୍ପର୍କକୁ ଦୃଢ କରିବା ପାଇଁ ନୂତନ ଭୋଟରଙ୍କ ଗୁରୁତ୍ୱ ଉପରେ କ୍ରମାଗତ ଭାବରେ ଗୁରୁତ୍ୱ ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉଜ୍ୱଳ ଭାରତ ଗଠନ ସକାଶେ ପ୍ରଥମ ଥର ଭୋଟରଙ୍କୁ ପ୍ରେରଣା ଯୋଗାଇବା ସହ ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା କରାଇବାରେ ସହାୟକ ହେବ ବୋଲି ଶ୍ରୀ ଷଡଙ୍ଗୀ ମତପ୍ରକାଶ କରିଥିଲେ । ବିଶ୍ୱଗୁରୁ ଭାରତ ଗଠନରେ ଆଜିର ଯୁବକ ଯୁବତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୂତନ ମତଦାତାଙ୍କୁ ବିକଶିତ ଆମ୍ବସାଡର ପରିଗଣିତ କରାଯାଇ ଗଣତନ୍ତ୍ର, ସକ୍ରିୟ ନାଗରିକତ୍ୱ ଓ ଦାୟିତ୍ୱ, ଦେଶ ଗଠନରେ ଯୁବକଙ୍କ ଭାଗିଦାରୀତା ସମ୍ବନ୍ଧରେ ଅବଗତ କରାଯାଇଛି । ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ନୂତନ ଭୋଟରଙ୍କ ଭୋଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସଦର ନେତା ମାନସ ଦତ୍ତ ପରିପ୍ରକାଶ କରିଥିଲେ । ସଶକ୍ତ ଯୁବକ – ସଶକ୍ତ ଭାରତ ଗଢିତୋଳିବା ପାଇଁ ଯୁବକମାନଙ୍କୁ ଆଗକୁ ଆସି ନିଜ ରାଷ୍ଟ୍ର ପାଇଁ କାମ କରିବାକୁ ହେବ ବୋଲି ଯୁବନେତା ମାନସ ଦତ୍ତ ଆହ୍ୱାନ ଦେଇଥିଲେ । ଏକ ସୁନ୍ଦର ରାଷ୍ଟ୍ର ଏବଂ ସମୃଦ୍ଧ ରାଷ୍ଟ୍ର ଗଢିବାକୁ ହେଲେ ଯୁବସମାଜ ଏଥିରେ ଶତ ପ୍ରତିଶତ ନିଜର ସାମର୍ଥ୍ୟକୁ ଲଗାଇ ମୋଦିଙ୍କର ସ୍ୱପ୍ନର ଭାରତ ସାକାର କରିବା ପାଇଁ ଯୁବନେତା ଶ୍ରୀ ଦତ୍ତ ନିବେଦନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଯୁବମୋର୍ଚ୍ଚାର ସଦସ୍ୟ ପବନ କମିଳା, ରାଜେନ୍ଦ୍ର ନାଥ, ସୌରଭ ଚୌଧୁରୀ, ଦେବେଶ ଗାନ, ପଦ୍ମଲୋଚନ ବେହେରା, ଉମେଶ ବେହେରା, ଶିଖର ରଞ୍ଜନ ବାରିକ, ସତ୍ୟଜିତ ପ୍ରଧାନ, ତନ୍ମୟ ପାତ୍ର, ଶକ୍ତି ପାଣିଗ୍ରାହୀ, ରାକେଶ ପାଢୀ, ରୁପେଶ ପ୍ରଧାନ, ଅଭୟ ସ୍ୱାଇଁ, ଜିତେନ୍ଦ୍ର ପରମାଣିକ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରବିନାରାୟଣ ମହାପାତ୍ର, ଲୋକନାଥ ଭୂୟାଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସସ୍ମିତା ଶୁକ୍ଳ, ସସ୍ମିତା ଦାଶ, ରୋଜାଲିନ ପାଣି, ଗୟାଧର ବେହେରା, ବିକାଶ ପାଢୀ, ସୀତାକାନ୍ତ ସ୍ୱାଇଁ, ସର୍ବେଶ୍ୱର ମହାନ୍ତି, ରବିନାରାୟଣ ପ୍ରଧାନ, ବନିତା ଭୂୟାଁ ଆଦି ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ପରିଶେଷରେ ଯୁବମୋର୍ଚ୍ଚାର ସଦସ୍ୟ ସୌଭାଗ୍ୟ ମାନସ ନାୟକ ଉପସ୍ଥିତ ସମସ୍ତ ଯୁବକ ଯୁବତୀ ସହିତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ