ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ଗଣତନ୍ତ୍ର ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ, ବାଲେଶ୍ୱର ଦ୍ୱାରା ସଂଘ କାର୍ଯ୍ୟାଳୟ ପରିସରରେ ୭୫ତମ ଗଣତନ୍ତ୍ର ଦିବସ ବିଧିବଦ୍ଧ ଭାବରେ ପାଳନ ହୋଇଯାଇଛି । ସର୍ବପ୍ରଥମେ ସଭାପତି ଇଂ. ବନମାଳୀ ନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ଇଂ. ନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବରେ ଗୋପାଳପୁର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ନଗେନ୍ଦ୍ର କୁମାର ପାଢ଼ୀ ଯୋଗ ଦେଇ ସମ୍ବିଧାନର ଉତ୍ପତ୍ତିକାଳ ଏବଂ ପ୍ରାରମ୍ଭିକ ଅବସ୍ଥାରେ ସମସ୍ୟା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରି ବୈଠକରେ ସମସ୍ତଙ୍କୁ ଚମତ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶିରୀଶ ଚନ୍ଦ୍ର ଜେନା ସମ୍ବିଧାନର ମହତ୍ତ୍ୱପୂର୍ଣ୍ଣ ଦିଗ ସମ୍ବନ୍ଧରେ ସୂଚନା ଦେଇଥିଲେ । ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ମଞ୍ଚ ଆହ୍ୱାନ କରିବା ସହିତ ଦିବସର ପାଳନ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବସନ୍ତ କୁମାର ନାୟକ, ଅର୍ଥ ସମ୍ପାଦକ ଦାମୋଦର ନାୟକ, ରବିନାରାୟଣ ବେହେରା, ରବୀନ୍ଦ୍ର ପ୍ରହରାଜ, ବୀରେନ୍ଦ୍ର ମହାନ୍ତ, ଶଶାଙ୍କ ଶେଖର ଦତ୍ତ, ଶରତ କୁମାର ବିଶ୍ୱାଳ, ସତ୍ୟେନ୍ଦ୍ର କୁମାର ମହାନ୍ତି, ରବୀନ୍ଦ୍ର କୁମାର ମହାନ୍ତି, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, ପ୍ରଣିତା ମିଶ୍ର, ସୁରେନ୍ଦ୍ର ପ୍ରସାଦ ନାୟକ, ସାବିତ୍ରୀ ଦାସ, ବେଣୁଧର ସାହୁ, ଜ୍ଞାନେନ୍ଦ୍ର ନାଥ ସାହୁ, ଇଂ. ଶ୍ରୀରାମ ଦାଶ, ଇଂ. ଶିବ ପ୍ରସାଦ ବେହେରା, ଭାଗୀରଥୀ ନାୟକ, କେଶବ ଚନ୍ଦ୍ର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମାଝୀ, ଚିତ୍ତରଞ୍ଜନ ଜେନା, ବେଣୁଧର ପାଳ, ଅକ୍ଷୟ କୁମାର କର, ଦିଲ୍ଲୀପ ଚକ୍ରବର୍ତ୍ତୀ, ଇଂ. ହୃଷିକେଶ ସାହୁ, ନିରଞ୍ଜନ ପରିଡ଼ା, ରମେଶ ଚନ୍ଦ୍ର ଜେନା, ପଦ୍ମଲୋଚନ ଦତ୍ତ, ମୀନା ସେଠୀ, ଶ୍ୟାମସୁନ୍ଦର ଜେନା ଓ ଶଚୀନ୍ଦ୍ର ଦାସ ଉପସ୍ଥିତ ଥିଲେ । ପରିଶେଷରେ ସଂଗଠନ ସମ୍ପାଦକ ସୁଜିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ