ବିକାଶ ବିଦ୍ୟା ନିକେତନରେ ୭୫ତମ ଜନରାଜ୍ୟ ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସହରାଞ୍ଚଳ ଇଁରାଜି ମାଧ୍ୟମିକ ବିଦ୍ୟାଳୟ ବିକାଶ ବିଦ୍ୟା ନିକେତନ ଆବାସିକ ବିଦ୍ୟାଳୟ ପରିସରରେ ୭୫ତମ ଜନରାଜ୍ୟ ଦିବସ ପାଳନ ହୋଇସାରିଛି। ଭାରତର ତଥା ପୃଥିବୀର ଏକ ମାତ୍ର ସର୍ବ ବୃହତ୍ ଲିଖିତ ସମ୍ବିଧାନକୁ ପ୍ରତ୍ୟେକ ଭାରତୀୟ ସର୍ବଦା ସମ୍ମାନ ଦେବା ବାଞ୍ଛନୀୟ ବୋଲି ବକ୍ତା ମାନେ କହିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରି ଥିଲାବେଳେ ବିକାଶ ଅନୁଷ୍ଠାନର ସମ୍ପାଦକ ତଥା ସଂସ୍ଥାପକ ଲାଲ ମୋହନ୍ ଆଚରୀ ଅଧ୍ୟକ୍ଷ କୁରେଶ ତ୍ରୀପାଠୀ, ହଷ୍ଟେଲ ତତ୍ତ୍ୱାବଧାରକ ଶିବା ରାଓ, କାର୍ଯ୍ୟକ୍ରମକୁ ପରିଚାଳିତ କରିଥଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ ସହଯୋଗ କରିଥିଲେ।ଏହି ଅବସରରେ ପୁରସ୍କାର ବିତରଣ, ଏବଂ ନୃତ୍ୟ ଗୀତ ଅନୁସ୍ତିଟ ହୋଇ ସାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ