ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ବୁଗୁଡା,(ଅନିଲ କୁମାର ମହାରଣା) : ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ-ଓ, ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା, ବିଶ୍ବ ଓଡିଆ ସାହିତ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଜାନୁଆରୀ ୨୯ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ଅନୁଷ୍ଠାନର ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିବା ସହ ଓଡିଆ ଭାଷାର ମହତ୍ତ୍ଵ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଅଭିଭାଷଣ ଦେଇଥିଲେ। ଓଡିଆ ଅଧ୍ୟାପକ କାହ୍ନୁ ଚରଣ ଦାଶ ବେଦପାଠ ପଠନ କରିଥିବା ବେଳେ, ନୋଡାଲ ଅଫିସର ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପିପୁଲସ କଲେଜର ବରିଷ୍ଠ ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ରଥ ଉତ୍କଳୀୟ ସଂସ୍କୃତି ତଥା ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାକୁ ବିଭିନ୍ନ କାବ୍ୟିକ ରୀତିରେ ସୁସଂଯୋଜନା କରି ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ପାଢ଼ୀ ଓଡ଼ିଆ ସାହିତ୍ୟର ଭୂମିକା ସହ ରୀତିଯୁଗର ସାହିତ୍ୟ ଓ ରୋମାଣ୍ଟିକ ସାହିତ୍ୟ ଉପରେ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଅତିଥି ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ଵାରା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ, ଡକ୍ଟର ପ୍ରିୟବ୍ରତ ପ୍ରଧାନ, ପ୍ରଜ୍ଞା ପରମିତା ସାହୁ, ସନ୍ତୋଷ କୁମାର ଗୌଡ଼, ସୁରେଶ କାନ୍ତ ଜେନା, ଅର୍ଚ୍ଚନା ମୁନି, ସଂଯୁକ୍ତା ପlତ୍ର ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ କାହ୍ନୁ ଚରଣ ଦାଶ ଧନ୍ୟବାଦ ପ୍ରଦାନ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ