କାଶୀନଗରରେ ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନ ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡା, ଅଲଡା ଓ କୀଡୀଗାଁ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ ହୋଇଛି. କୀଡୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଯୋଗ ଦେଇ ନିଜ ବକ୍ତବ୍ୟ ରେ ପଞ୍ଚାୟତ ବାସୀଙ୍କୁ ଗ୍ରାମାଞ୍ଚଳ ଭିତ୍ତି ଭୂମିର ବିକାଶ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ମାନଙ୍କ ବିଷୟରେ ସଚେତନ ସୃଷ୍ଟି କରାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଏକ ଅଭିନଵ ପ୍ରୟାସ ବୋଲି କହିଥିଲେ . ସେହି ପରି କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସମ୍ମାନିତ ଅତିଥି ଭାବେ ଆସି ଆମ ଓଡିଶା ନବୀନ ଓଡିଶା କାଶୀନଗର ବ୍ଲକର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ କରାଯାଉଛି. ଏହି କାର୍ଯ୍ୟକ୍ରମ ଦ୍ୱାରା ପଞ୍ଚାୟତର ସାମୁହିକ ବିକାଶ ନିମନ୍ତେ ଆସିଥିବା ପଚାଶ ଲକ୍ଷ ଟଙ୍କାର ଅନୁଦାନ ଯାହାକି ପଞ୍ଚାୟତ ବାସୀଙ୍କ ମଙ୍ଗଳ ସକାଶେ ବିଭିନ୍ନ ଦିଗରେ ଖର୍ଚ୍ଚ କରାଯାଇଛି. ଆଜିର କାର୍ଯ୍ୟକ୍ରମ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ, ଧର୍ମକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ, ମହିଳା ଶାସକ୍ତିକାରଣ ସହ ଭିତ୍ତି ଭୂମିରେ ବିକାଶ, ବ୍ୟଙ୍କିଙ୍ଗ ଭିତ୍ତି ଭୂମିରେ ବିକାଶ, ପ୍ରାଥମିକ ବିଦ୍ୟାଳୟ,କ୍ରୀଡା ଓ ପରିବହନ ବ୍ୟବସ୍ଥା ର ରୂପାନ୍ତରିତ କରିବା ମୁଖ୍ୟ ଲକ୍ଷ ବୋଲି ବକ୍ତବ୍ୟ ରଖି ସମସ୍ତଙ୍କୁ ସଚେତନ କରିଥିଲେ. କାଶୀନଗର ସି ଡି ପି ଓ କନକ ଲତା ପୂଜାରୀ ଓ ସୁପରଭାଇଜର ବି କୋମଳଙ୍ଗି କାର୍ଯ୍ୟକ୍ରମକୁ ଆସି ମଂଚାସୀନ ହୋଇ ପଞ୍ଚାୟତ ବାସୀଙ୍କୁ ନାରୀ ସଶକ୍ତିକରଣ, ମିଶନ ଶକ୍ତି ଦ୍ୱାରା କିପରି ମହିଳା ମାନେ ଆତ୍ମ ନିର୍ଭରଶିଳ ହୋଇପାରିଛନ୍ତି ସେ ବିଷୟରେ ଉଦବୋଧନ ଦେଇ ବୁଝାଇଥିଲେ.ସ୍ଥାନୀୟ ସରପଞ୍ଚ ଆର ରଜନୀ ଓ ସମିତି ସଭ୍ୟ ବି ଶ୍ରୀଧର ରାଓ ମଧ୍ୟ ମଂଚାସୀନ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ ହିତ କର ଯୋଜନାମାନ ଯେପରି ପଞ୍ଚାୟତ ବାସୀମାନଙ୍କ ନିକଟରେ ପହଂଚି ପାରୁଛି ସେ ବିଷୟରେ ଅବଗତ କରିଥିଲେ. କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଠାରେ ଥିବା ବିଭିନ୍ନ ଏସ ଏଚ ଜି ଗ୍ରୁପ ଓ ମିଶନ ଶକ୍ତି ବିଭାଗର ମହିଳା ମାନେ ଅଂଶ ଗ୍ରହଣ କରି ସଚେତନ ସୃଷ୍ଟି କରିଥିଲେ. କୀଡୀଙ୍ଗା ହାଇସ୍କୁଲର ଛାତ୍ରୀ ମାନେ ସଂସ୍କୃତି କ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନାମାନ ଗାନ କରି ସଚେତନ କରିଥିଲେ .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ