ଶେରଙ୍ଗରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ମାଣ୍ଡିଆ ମଣ୍ଡି ନିମନ୍ତେ ସର୍ବସାଧାରଣ ଏବଂ ଚାଷୀ ମାନଙ୍କୁ ସଚେତନତା ରଥ ପରିକ୍ରମା ଶେଷ ହୋଇଥିବା ସମୟରେ ଆଜି ଚାଷୀ ମାନଙ୍କର ଅପେକ୍ଷାର ଅନ୍ତ ଘଟିଛି ! ଆଜି ଚାଷୀ ଭାଇ ମାନଙ୍କ ପାଇଁ ମାଣ୍ଡିଆ ମଣ୍ଡି ର ଶୁଭାରମ୍ଭ ସେରଙ୍ଗ ଠାରେ ଉଦ୍ଧଘାଟିତ ହୋଇଯାଇଛି ..ଏହି ଉଦ୍ଧଘାଟନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଯୋଗଦେଇ ଶୁଭାରମ୍ଭ କରିଥିଲେ. ସହଯୋଗୀ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶ୍ରୀ – ନାରାୟଣ ଚାନ୍ଦ ,ସିସିଡି ସେକ୍ରେଟାରୀ ଶ୍ରୀ- ଏ ଜଗନ୍ନାଥ ରାଜୁ, ତିଡିସିସି ଅଫିସର ରବୀନ୍ଦ୍ର କୁମାର ପ୍ରଧାନ, ବ୍ଲକ ସଂଯୋଜକ ପ୍ରଦୀପ ଗମାଙ୍ଗ, ଉଜ୍ଜ୍ୟାଲା ଉତ୍ପାଦକ ଚାଷୀ ସଂଘଠନ ର ( ଗୁମ୍ମା ) ଏଫପିଓ ବୋର୍ଡ଼ ମେମ୍ବରସ ଶ୍ରୀ ଶଶୀ ଗମାଙ୍ଗ, ଏଲିୟ ମଣ୍ଡଳ, ମିଲେଟ ମିଶନ ର ଷ୍ଟାଫ ଏବଂ ଚାଷୀ ବୃନ୍ଦ ଉପସ୍ଥିତ ରହି ମଣ୍ଡି ଉଦ୍ଧଘାଟନ ରେ ଉପସ୍ଥିତ ଥିଲେ.. ..ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ କୁଇଣ୍ଟାଲ ପିଛା ତିନି ହଜାର ଆଠଶହ ଛୟାଳିସି ଟଙ୍କା ମୂଲ୍ୟ ରେ ଚାଷୀ ମାନଙ୍କ ଠାରୁ ଏଫପିଓ କ୍ରୟ କରିବ .ସେରଙ୍ଗ ନିମନ୍ତେ ସେରଙ୍ଗ ଜିପି ଅଫିସ,ଗୁମା ନିମନ୍ତେ ଗୁମା ସମବାୟ କେନ୍ଦ୍ର ଅଫିସ,‌ ଅଜୟଗଡ଼ ପାଇଁ ଜିପି ଅଫିସ, ଗାଇବା ପାଇଁ ଗାଇବା ଠାରେ, ଏହି ପରି ଗୁମା ବ୍ଲକ ରେ ୫ ଗୋଟି ମଣ୍ଡିର ବ୍ୟବସ୍ତା କରାଯାଇଛି. ଚଳିତ ବର୍ଷ ଗୁମ୍ମା ବ୍ଲକ ପାଇଁ ନଅ ହଜାର କୁଇଣ୍ଟାଲର କ୍ରୟ ନିମନ୍ତେ ଏଫପିଓକୁ ଟାର୍ଗେଟ ଦିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ