ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର “ଗାଁ କୁ ଚାଲ” ଅଭିଯାନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର “ଗାଁ କୁ ଚାଲ” ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁଙ୍କ ସଭାପତିତ୍ବରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ୍ ଛକ ସ୍ଥିତ ରାଜସ୍ବ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ଉପସଭାନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପ୍ରତ୍ୟକ ଘରକୁ ଯାଇ ବିଶେଷ କରି ମହିଳା,ଯୁବକ, ଲାଭାର୍ଥୀ ଏବଂ କୃଷକ ଏହି ଚାରୋଟି ପ୍ରମୁଖ ବର୍ଗଙ୍କ ପାଇଁ ମୋଦି ସରକାରଙ୍କ ଯାହା ଯାହା ଯୋଜନା ରହିଛି ଏଥି ମଧ୍ୟରୁ ବହୁତ ଯୋଜନା ଓଡ଼ିଶାରେ ଅଣ ବିଜେପି ସରକାର ଥିବା ହେତୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହାକୁ ପହଞ୍ଚାଇବାର କାମ,ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କ’ଣ କ’ଣ ଯୋଜନା ରହିଛି ଏବଂ ଏହି ଯୋଜନା ଗୁଡିକ ଦ୍ଵାରା ଲୋକମାନେ କିଭଳି ଉପକୃତ ହେଇପାରିବେ ତାକୁ ନେଇ କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟକ ଗାଁ କୁ ଯିବୁ, ପ୍ରତ୍ୟକ ମତଦାତା ପାଖରେ ପହଞ୍ଚିବୁ ଏଣୁ ଏହାର ବିସ୍ତୃତ ଯୋଜନା ସହ ପ୍ରଶିକ୍ଷଣ ଦେଇଥିଲେ ରାଜ୍ୟ ଉପସଭାନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର । ସାମ୍ବାଦିକ ମାନଙ୍କୁ ସାକ୍ଷାତ କରି ଏହି କର୍ମଶାଳାର ଉଦ୍ଦେଶ୍ୟ ଆଗକୁ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବା ସହ ଓଡ଼ିଶାରେ ଡ଼ବଲ୍ ଇଞ୍ଜିନ୍ ସରକାର ହେବ ଏବଂ ଓଡ଼ିଶାରେ ବିକାଶର ରଥ ଯେଉଁଭଳି ଭାବେ ଅଟକିଯାଇଛି ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶାରେ ପରିଣତ ହେଇପାରିବ ସେଥିପାଇଁ କାର୍ଯ୍ୟକର୍ତ୍ତାଙ୍କୁ “ଗାଁ କୁ ଚାଲ” ଅଭିଯାନ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଛି । ଭାରତୀୟ ଜନତା ପାର୍ଟି ଲୋକଙ୍କ ସମସ୍ୟା ଦୂରୀକରଣରେ ମୂଳରୁ ରହି ଆସିଛି । ମୋଦି ଦେଉଥିବା ଅର୍ଥ ଏବଂ ବିଭିନ୍ନ ଯୋଜନା ରାଜ୍ୟରେ ବିଜୁ ଜନତା ଦଳ ସରକାର ବାଟବଣା କରୁଛି । ସେହି ବାଟବଣାକୁ ରାସ୍ତାରୁ ହଟେଇ ଲୋକମାନେ ଯେଉଁ ଭଳି ଭାବେ ନ୍ୟାୟ ଏବଂ ତାଙ୍କ ଅଧିକାର ପାଇପାରିବେ ସେଥିପାଇଁ ଆଜିର ଏହି କର୍ମଶାଳା । ରାଜ୍ୟ ସରକାରଙ୍କୁ ବାରମ୍ବାର ମାଗିବା ପରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କର ପୂର୍ଣ୍ଣାଙ୍ଗ ସୂଚୀ କେନ୍ଦ୍ର ସରକାରଙ୍କ ପାଖରେ ଦେଇପାରିଲେ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଘର କେନ୍ଦ୍ର ସରକାର ୩୫ ଲକ୍ଷ ଘର ଓଡ଼ିଶାକୁ ଦେଲେ କିନ୍ତୁ ରାଜ୍ୟ ସରକାର ସମସ୍ତେ ଘର ପାଇଲେ କହି ୮ ଲକ୍ଷ ଘର ଫେରାଇଦେଲେ । କିନ୍ତୁ ଲୋକେ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଘର ପାଇନାହାନ୍ତି । ଲୋକଙ୍କୁ ସୁବିଧାରୁ ବଞ୍ଚିତ କରିବାର ଦଳ ହେଉଛି ବିଜୁ ଜନତା ଦଳ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟରେ ଚାଲିଥିବା ବିଜୁ ଜନତା ଦଳ ସରକାର ଓଡ଼ିଶା ବାସୀଙ୍କୁ ଯେଉଁ ଅଧିକାରରୁ ବଞ୍ଚିତ କରିଛନ୍ତି ସେହି ଅଧିକାର ପୁଣି ଓଡ଼ିଶା ବାସୀ ଫେରି ପାଆନ୍ତୁ ଏହା ହେଉଛି ଆମ ସଂକଳ୍ପ ବୋଲି ଲେଖାଶ୍ରୀ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ପିଇବା ପାଣି,ବାସଗୃହ,ବିଜୁଳି,ଚାଷୀଙ୍କ ସମସ୍ୟା,ଯୁବକ ଯୁବତୀ ମାନଙ୍କ ବିଶେଷ କରି ବେରୋଜଗାରୀ ସମସ୍ୟା ପାଇଁ ଦାଦନ ଖଟିବାକୁ ସର୍ବାଧିକ ଯୁବକ ଯୁବତୀ ଏହି ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଛନ୍ତି । ମହିଳା ହେଉଛନ୍ତି ସମାଜର ୫୦ ପ୍ରତିଶତ । ମହିଳା ମାନଙ୍କୁ ସୁରକ୍ଷା ସହ ପ୍ରଶିକ୍ଷଣ ଏବଂ ସ୍ୱାବଲମ୍ବୀ କରିବା ବିଜୁ ଜନତା ଦଳ ସରକାରର ଉଦ୍ଦେଶ୍ୟ ନୁହେଁ । ଏସ୍ଏଚଜି ନାଁରେ ମହିଳା ମାନଙ୍କୁ ଭୋଟ ବ୍ୟାଙ୍କ୍ ପଲିଟିକ୍ସ ହିସାବରେ ବିଜୁ ଜନତା ଦଳ ବ୍ୟବହାର କରୁଛି, ଏହା ହେଉଛି ରାଜ୍ୟର ବଡ଼ ସମସ୍ୟା ବୋଲି ଲେଖାଶ୍ରୀ କହିଥିଲେ । ରାଜ୍ୟରେ ବିଜେପି ସରକାର ଆସିଲେ ଗଞ୍ଜାମ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ । ବେରୋଜଗାରୀ ବନ୍ଦ ହେବା ସହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ବନ୍ଦ ହେବ ବୋଲି ଲେଖାଶ୍ରୀ କହିଥିଲେ । ବିଜୁ ଜନତା ଦଳ ତାଙ୍କ ନିର୍ବାଚନୀ ଇସ୍ତାହାରରେ ସବୁବେଳେ ଜଳସେଚନକୁ ଅଗ୍ରାଧିକାର ଦିଆଯିବ ବୋଲି କହୁଥିବା ବେଳେ ରାଜ୍ୟରେ ଜଳସେଚନ ଠିକ୍ ଭାବରେ ଆଜି ପର୍ଯ୍ୟନ୍ତ ହେଇପାରିଲାନାହିଁ । ରାଜ୍ୟରେ ପ୍ରତ୍ୟକ ବ୍ଲକ୍ ରେ ଶୀତଳଭଣ୍ଡାର ହେବ ବୋଲି କହିଥିବା ବିଜୁ ଜନତା ଦଳ ସରକାରଙ୍କ ଶୀତଳଭଣ୍ଡାର ଆଜି ଶୀତଳଭଣ୍ଡାରକୁ ଚାଲିଯାଇଛି ବୋଲି ଲେଖାଶ୍ରୀ ସାମନ୍ତସିଂହାର କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଦେବା ପାଇଁ କହିଲେ ମଧ୍ୟ ରାଜ୍ୟ ସରକାର ତାହାର ସୂଚୀ ଦେଇପାରୁନାହାଁନ୍ତି । ରାଜ୍ୟ ସରକାରଙ୍କ ପାଖରେ ପୂର୍ଣ୍ଣାଙ୍ଗ ସୂଚୀ ମଧ୍ୟ ନାହଁ । ୟୁରିଆ, କୀଟନାଶକର କଳାବଜାରୀ ହେଉଛି ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ବ୍ୟାପକ ଯୋଜନା ରହିଛି ତାକୁ ମଧ୍ୟ ରାଜ୍ୟ ସରକାର ଠିକ୍ ଭାବରେ ଓଡ଼ିଶାରେ ଲାଗୁ କରୁନାହାନ୍ତି । ଏଣୁ ଓଡ଼ିଶା ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ବିଜୁ ଜନତା ଦଳ ବୋଲି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଆଜିର ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ମନୋଜ ପଟ୍ଟନାୟକ, ରଶ୍ମିରାଣୀ ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଗଙ୍ଗାଧର ଶତପଥି,ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା,ବାଳକୃଷ୍ଣ ସାମନ୍ତରା,କୋଷାଧ୍ୟକ୍ଷ ସୂର୍ଯ୍ୟମଣି ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ନାୟକ,ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ବରିଷ୍ଠ କୃଷକ ନେତା ରାଜେଶ କୁମାର ସାହୁ,ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ପରେ ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଏକ ସର୍ବଭାରତୀୟ ଝୋଟି ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା । ବ୍ରହ୍ମପୁର ମହାନଗର ଖୋଡ଼ାସିଂର ମାନସୀ ଦାସ ଏହି ଝୋଟି ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନ ରଖିଥିଲେ । ଏଥିପାଇଁ ତାଙ୍କୁ ୧୦୦୦୦ ଟଙ୍କା ପୁରସ୍କାର ମିଳିଥିଲା । ଆଜି ମାନସୀ ଦାସଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ଉପସଭାନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଦଳୀୟ ନେତୃବୃନ୍ଦ ତାଙ୍କ ଖୋଡ଼ାସିଂ ସ୍ଥିତ ବାସଭବନକୁ ଯାଇ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ