ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ୧୩୫ ଛାତ୍ର ଛାତ୍ରୀ ପୁରସ୍କୃତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ ଆଜି ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି।ଅତିଥି ମାନଙ୍କୁ ଛାତ୍ରଛାତ୍ରୀ ଙ୍କୁ ଦ୍ବାରା ଶୁଭେଚ୍ଛା ଜଣାଇ ପାଛୋଟି ନିଆଯାଇଥିଲା।ପରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ମହାପାତ୍ର, ସ୍ୱତନ୍ତ୍ର ଅତିଥିଭାବେ ମୁଖ୍ୟମନ୍ତ୍ରୀ ଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର,ମୁଖ୍ୟ ବକ୍ତା ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପାଢୀପାଢ଼ୀ ,ସମ୍ନାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳ, ତହସିଲଦାର ତ୍ରିଦେବ ରଥ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ନାମାନ ଦେଇ ଭଲ ପାଠ ପଢ଼ ,ଭଲ ପାଠ ପଢି ଏକ ହୋଇ ନିଜ ବିଦ୍ୟାଳୟରେ ନାଁ ରଖ,ସଦାବେଳେ ଉଚ୍ଚ ଅଭିଳାଷ ରଖି ଆଗକୁ ଆଗକୁ ବଢ଼ିବାରେ ଚେଷ୍ଟା କରି ଭଲ ମଣିଷ ହେବାକୁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ସମାଜ ସେବୀ ସନ୍ତୋଷ କୁମାର ପଟ୍ଟନାୟକ,ରାଜ୍ୟ ବିଜୁ ସେତୁ ନିର୍ଦ୍ଦେଶକ ଶରତ ଚନ୍ଦ୍ର ପାତ୍ର,ରାଜ୍ୟ ସମାଜ ମଙ୍ଗଳ କଲ୍ୟାଣ ବୋର୍ଡ ସଭାପତି, ହୀନ ବେହେରା ,ସମାଜ ସେବୀ ଦିଗାମ୍ବର ନାହାକ ବେହେରା,ଏସ.ଏମ,ସି ସଭାପତି, ବରୁଣ କୁମାର ପୋଲାଇ,୫୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମନୋରମା ପୋଲାଇ,ସମିତି ସଭ୍ୟ ସରୋଜ କୁମାର ପାତ୍ର,ପ୍ରଧାନ ଶିକ୍ଷକ ଲଡୁ କିଶୋର ନାହାକ, ସି ଆର ,ସିସି ଦାଶ ରଥୀ ଜେନା, କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ,ପ୍ରତାପ କୁମାର ଦାଶ, ଦେବୀ ପ୍ରସାଦ ଷଡଙ୍ଗୀ, ରଞ୍ଜିତ ପାଣିଗ୍ରାହୀ,ଚରଣ ନାୟକ, ବିଦେଶୀ ସେଠି, ସ୍ୱାଧୀନ କୁମାର ଦାଶ,ଜୟନ୍ତୀ ପାତ୍ର, ତେଜସ୍ମିତା ପାଢ଼ୀ, ମାନଶୀ ସେଠି, ପୂଜା ମହାନ୍ତି, ସସ୍ମିତା ମହାପାତ୍ର, ନନ୍ଦିତା ସାହୁ,ରାଜଲଷ୍ମୀ ସାହୁ ଙ୍କ ସମେତ କର୍ମଚାରୀ ମାନେ ଉତ୍ସବ କୁ ପରିଚାଳନା କରିଥିଲେ।ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ