ଉଦ୍ୟାନ ଭିଭିକ ବଗିଚା ପ୍ରସ୍ତୁତି ଓ ସଂରକ୍ଷଣ ଉପରେ ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛା ସ୍ବଚ୍ଛାସେବୀ ସଂସ୍ଥା ସିସିଡି ଆନୂକୁଲ୍ୟରେ କେକେଏସ୍ – ବିଏମଡେଡ୍ ସହାୟତାରେ ତରଙ୍ଗଡା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଉଦ୍ୟାନ ଓ ଉଦ୍ୟାନ ଭିତ୍ତିକ ବଗିଚା ପ୍ରସ୍ତୁତି ଓ ସଂରକ୍ଷଣ ଉପରେ ଏକ ତାଲିମ ଶିବି ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତଥ୍ ଓ ସମ୍ୱଳ ବ୍ୟକ୍ତି ଭା ଭାବେ ଶସାଂକ ଖେଶର ସାହୁ, ଅତିରିକ୍ତ ନିର୍ଦ୍ଦେଶ, ଉଦ୍ୟାନ ବିଭାଗ, ଗଜପତି ଯୋଗଦେଇଥିଲେ । ଏହା ବ୍ୟତୀତ ତରଙ୍ଗଡା ଗ୍ରାମ ପଞ୍ଚାୟତ ସ ସରପଞ୍ଚ ଜନ୍ ମଣ୍ଡଳ, ନାଏବ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟସଭ୍ୟା ଯୋଗଦେଇଥିଲେ । ଫଳ ଚାଷ ମାଧ୍ଯମରେ ଚାଷି ମାନଙ୍କର ଆ ଆୟପନ୍ଥା ବୃଦ୍ଧି ଓ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ବିଭିନ୍ନ ଫଳ ପ୍ରକ୍ରୀୟାକରଣ ଓ ମୁଲ୍ୟ ବୃଦ୍ଧି ଉପରେ ସିସିଡି ସଂପାଦକ ଏ ଜଗନ୍ନାଥ ରାଜୁ ଦୃଷ୍ଟି ଆକର୍ଷଣ କରିଥିଲେ । ଅଣ ଚାଷ ଜମିରେ କିପରେ ବିଭିନ୍ନ ପ୍ରକାର ଫଳଗଛ ଓ ଫଳ ବଗିଚା ପ୍ରସ୍ତୁତ କରା‌ଯାଇପାରିବ ଏବଂ ବିଭିନ୍ନ ରୋଗ ଓ ପୋକ କୁ ସରଳ ଓ ସୁବିଧା ଉପାୟରେ ନିୟନ୍ତ୍ରଣ କରାଯାଇପାରିବ ତା ଉପରେ ମୁଖ୍ୟ ସମ୍ୱଳ ବ୍ୟକ୍ତି ଆଲୋକପାତ କରିଥିଲେ । ଅତଦ୍ ବ୍ୟତିତ ଚାଷି ମାନଙ୍କ ପାଇଁ ଉଦ୍ଦିଷ୍ଠ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଅବଗତ କରାଇଥିଲେ । ପର୍ଜାୟ କ୍ରମେ କିପରି ବିଭିନ୍ନ ଫଳନ୍ତି ଗଛର ଯତ୍ନ ଯଥା ଜଳସେଚନ, ଖତ ଓ ସାର ର ପ୍ରୟୋଗ, ଫଳ ଅମଳ ସମୟରେ ଓ ଅମଳ ପରର ଯନ୍ତ୍ର, ବଜାରୀକରଣ ଉପରେ କପାତ କରିଥିଲେ । ଆଲୋକପାତ ଏହି ତାଲିମ ଶିବି ଶିବିରରେ ତାମୋସିଂ, ତହଜଙ୍ଗ, ଲୁଙ୍ଗ, ରାଗାଇସିଂ, କୁଲାବାଡ, ରାମନଗର, କଣ୍ଡାପାର୍ସମ୍ଵା ଓ ତରଙ୍ଗଡା ଗ୍ରାମର ମୋଟ ୨୦ ଜଣ ପୁରୁଷ ଓ ମହିଳା ଚାଷି ଉପସ୍ଥିତ ଥିଲେ । ଏହି ସମସ୍ତ ଆଲୋଚନା କୁ ସ୍ଥାନୀୟ ସରପଞ୍ଚ ଆଞ୍ଚଳିକ ଭାଷାରେ ବୁଝାଇଥିଲେ । ଏହି ତାଲିମ ଶିବିର ଟିକୁ ସଂଯୋଜକ ହୃଷିକେଶ ପଣ୍ଡା, କ୍ଷେତ୍ର ସଂଯୋଜକ ସସି ଗମାଙ୍ଗ ଓ ଏଲିସାୟ ଗମାଙ୍ଗ, ଚାଷି ଉତ୍ପାଦକ ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ରଇତ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନାଏବ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ