ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା

ମୋହନା, (ଅଂଶୁମାନ ପଣ୍ଡା):ଗଛ କୁ ଧକ୍କା ଦେଲା ଯାତ୍ରୀବାହି ବସ l ଫଳରେ ବସରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି l ଗୁରୁବାର ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ରାଇସିଂ ଛକରେ l ସମସ୍ତ ଆହତଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ସେମାନେ ହେଲେ ଅଡବା ଓ ବ୍ରାହ୍ମଣୀଗାଁ ଅଞ୍ଚଳର ଗୀତାଞ୍ଜଳୀ ଗୌଡ (୫୩), ସୁଧାକର ପାଣିଗ୍ରାହି (୬୦), ପ୍ରମିଳା ଡାକୁଆ (୫୦) , ନକୁଳ ଗୌଡ (୫୫), ସୁଧୀର ନାୟକ (୪୭), ଜାନକୀ ନାୟକ (୩୬) ଓ ଅରୁଣ ପରିଛା (୩୨) l ମିଳିଥିବା ସୂଚନା ପ୍ରକାର ବିକ୍ରାନ୍ତ ନାମକ ବସ ନମ୍ବର ( ଓ ଡି ୦୭ କ୍ୟୁ ୮୧୪୧) ଗୁରୁବାର ବ୍ରାହ୍ମଣୀଗାଁ ରୁ ବ୍ରହ୍ମପୁର ଯାଉଥିବା ବେଳେ ସକାଳ ପ୍ରାୟ ୭ ଟାରେ ମୋହନା ରାଇସିଂ ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା l ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି l ତେବେ ଏକ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବସ ରେ ଥିବାଯାତ୍ରୀ l ମୋହନା ପୋଲିସ୍ ଘଟଣାର ତଦନ୍ତ କରୁଥିବା ଥାନା ସବ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ