ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିସିସ ସେଣ୍ଟର ଉଦଘାଟିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭିଡ଼ିଓ କନଫରେନ୍ସ ଜରିଆରେ ଡାଇଲିସିସ ସେଣ୍ଟର ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର,ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଳିକ,ବାଲିଗୁଡା ଏନ.ଏ.ସି ଅଧ୍ଯକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଶ୍ରବଣ ସାହୁକାର ଙ୍କ ସମେତ ବାଲିଗୁଡା ମେଡିକାଲର ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ | କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କେବଳ ଏହି ଡାଇଲିସିସ ସେବା ର ସୁବିଧା ସୁଯୋଗ ରହିଥିବା ବେଳେ ବର୍ତମାନ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟ ଡାଇଲିସିସ ସେଣ୍ଟର କାର୍ଯ୍ୟକାରୀ ହୋଇଅଛି l ବାଲିଗୁଡା ଉପଖଣ୍ଡ ର ୯ ଗୋଟି ବ୍ଲକ ର ରୋଗୀ ମାଗଣା ରେ ଏହି ସେବା ପାଇ ପାରିବେ l ଏହି ସେଣ୍ଟରରେ ୪ଟି ବେଡରେ ପ୍ରତିଦିନ ୧୨ ଜଣ ଡାଏଲିସିସ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇପାରିବ | ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଥିବା ସମସ୍ତ ଜନସାଧାରଣ ଏଥିରେ ଉପକୃତ ହୋଇପାରିବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ