ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ରେ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ସମ୍ୱର୍ଦ୍ଧିତ ହେବେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଚତୁର୍ଦ୍ଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳାରେ ସମର୍ଦ୍ଧିତ ହେବେ କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର, ବାଲିଗୁଡା ନୁଆସାହି ବାସିନ୍ଦା ପ୍ରମୋଦ କୁମାର ଦଣ୍ଡସେନା l ଏନେଇ ଅନୁଷ୍ଠାନ ର ସାଧାରଣ ସମ୍ପାଦକ କାହ୍ନୁ ଚରଣ ଶତପଥୀ ପ୍ରକାଶ କରିଛନ୍ତି l ଆସନ୍ତା ବାଇଶି ତାରିଖ ଦିନ ପ୍ରତିଭା ସମ୍ୱର୍ଦ୍ଧିତ କାର୍ଯ୍ଯକ୍ରମରେ ସମ୍ୱର୍ଦ୍ଧିତ ହେବେ l ସୂଚନାଯୋଗ୍ୟ ଯେ ମାତ୍ର ପଞ୍ଚମ ଶ୍ରେଣୀରୁ ଅଭିନୟ ଜୀବନ ଆରମ୍ଭ କରି ଏଯାବତ୍ ୫୦ ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ ରେ ଅଭିନୟ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଏଵଂ ତିନୋଟି ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ନାଟକ ଗୁମୁରୀ କାନ୍ଦୁଛି ଗୁମୁଡୁମାହା, ଶିଶୁ ନାଟକ ଖେମୂଣ୍ଡି ର ପାଟ୍ଟରାଣୀ ମାଆ ପାଟ୍ଟଖଣ୍ଡା , ନାଟକ ” ଝାର୍” ଦ ଫରେଷ୍ଟ ଅନ୍ୟତମ l ଶହେ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ରେ ଅଭିନୟ ଓ ପଚାଶ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରମୋଦଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶା ର ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି l ଓଡ଼ିଶା ବାହାରେ ମଧ୍ଯ ସେ ନାଟକ ପାଇଁ କାମ କରିଛନ୍ତି l କେବଳ ମଞ୍ଚ ନାଟକ ନୁହେଁ ଲୋକ କଳା, ଲୋକ ସଙ୍ଗୀତ, ପାରମ୍ପରିକ କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ