ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ସ୍ତରୀୟ “ଆମ ଓଡିଶା -ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ ଙ୍କ ସଭାପତିତ୍ବ ଓ ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ ଙ୍କ ତତ୍ୱବଧାନ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସର ରେ ପଂଚାୟତ ରେ ହୋଇଥିବା ବିଭିନ୍ନ କାର୍ଯ୍ୟ ର ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା | ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ, କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ବିଧାୟକ ଶ୍ରୀ ବେହେରା ଙ୍କ ଲୋକପ୍ରିୟତା କୁ ସହି ନ ପାରି ପୂର୍ବତନ ବିଧାୟକଙ୍କ ଜଣେ ସମ୍ପର୍କୀୟ ଭାଇ ଏବଂ ଆଉ ଜଣେ କୁଚକ୍ରୀ ଗୋଷ୍ଠୀଙ୍କ ସମର୍ଥକ ବିଧାୟକ ଙ୍କୁ ସ୍ୱାଗତ କରିବା ଆଳରେ ସେଠାରେ ଚାଲିଥିବା ସରକାରୀ କାର୍ଯ୍ୟକ୍ରମ ରେ ବାଧା ସୃଷ୍ଟି କରିବା ଉଦେଶ୍ୟରେ ବିଧାୟକଙ୍କୁ କଳା ପତାକା ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ବିଧାୟକ ଙ୍କ ସମର୍ଥକ ମାନେ ତାହା କରାଇ ଦେଇନଥିଲେ l ବରଂ ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ ଙ୍କ ନେତୃତ୍ୱ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସଭା ସ୍ଥଳୀ କୁ ପାଛୋଟି ନିଆଯାଇଥିଲା, ସେଠାରେ ମିଶନ ଶକ୍ତି ର ମା ମାନେ ତାଙ୍କୁ ଫୁଲ ଚନ୍ଦନ ଦେଇ ଭଵ୍ୟ ସ୍ୱାଗତ ଜଣାଇଥିଲେ ବୋଲି ସମିତି ସଭ୍ୟ ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିପଣନ ନୀଗମ ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା,ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ,ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଓ ଏସ. କିଶୋର ରେଡ୍ଡୀ ,ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା ଓ ରଶ୍ମିତା ନାହାକ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଜ୍ୟୋତି ରଞ୍ଜନ ସାହୁ, ଅଶୋକ କୁମାର ପାଣିଗ୍ରାହୀ ଓ ମଥୁରା ଚରଣ ସୁବୁଦ୍ଧି, ଯୁବ ନେତା ବାପି ଦାସ, ଜି. ଡିଲେଶ୍ଵର ରେଡ୍ଡୀ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, କାଁହୁ ଚରଣ ବେହେରା,ସୁରେଶ ଦାଶ, ଫାଇନାନ୍ସ ଅଫିସର ଗିରିଶ ଚନ୍ଦ୍ର ମହାରଣା ଙ୍କ ସମେତ ବହୁ ଜନ ପ୍ରତିନିଧି,ମିଶନ ଶକ୍ତି ର ମହିଳା ,ଭଦ୍ର ବ୍ୟକ୍ତି ଏବଂ ଜନସାଧାରଣ ମାନେ ଯୋଗଦେଇଥିଲେ l କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା,ଏଲଇଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ହୋଇଥିବା ବିଭିନ୍ନ ବିକାଶ ଭିଡିଓ ଉପସ୍ଥିତ ଜନସାଧାରଣମାନେ ଦେଖିଥିଲେ, ଏହି ଅବସର ରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗଦେଇ ବିଭାଗପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କ ରେ କହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ