କୁକୁଡ଼ା ଫାର୍ମ ଅଗ୍ନିକାଣ୍ଡ ଘଟଣାକୁ ନେଇ ଥାନାରେ ଅଭିଯୋଗ

ବୁଗୁଡ଼ା,(ଅନିଲ କୁମାର ମହାରଣା) : ବୁଗୁଡ଼ା ପୋଲିସ ଥାନାର ବାଲିପଦର ଫାଣ୍ଡି ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତର ମାଣିକପୁର ଗ୍ରାମର ଛବି ନାୟକଙ୍କ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟି ଶତାଧିକ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଥିଲା।କୁକୁଡ଼ା ଫାର୍ମ ଅଗ୍ନିକାଣ୍ଡ ଘଟଣା ନେଇ ଛବି ନାୟକ ସେହି ଗ୍ରାମର ତିନି ଜଣ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସେହି ଗ୍ରାମର ନାରାୟଣ ଗୌଡ଼, ସୂର୍ଯ୍ୟ ଗୌଡ଼ ଓ ଗାଣ୍ଡୁ ଗୌଡ଼ ମିଶି ଛବି ନାୟକଙ୍କ କୁକୁଡ଼ା ଫାର୍ମଙ୍କୁ ବିନା ଅନୁମତିରେ ଯାଇଥିବା ଯୋଗୁଁ ଛବି ନାୟକ ପ୍ରତିବାଦ କରିଥିଲେ। ପ୍ରତିବାଦ କରିବାର କିଛି ସମୟ ପରେ ତାଙ୍କ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ କୁକୁଡ଼ା ସହିତ ଦୁଇ ଗୋଟି ସାଇକେଲ, କୁକୁଡ଼ା ଦାନା, ଚାଉଳ, ଚିନାବାଦାମ ଓ ଧାନ ଦୁଇ ବସ୍ତା ସହ ଏକ ପାଣି ପମ୍ପ ମଟର ସହ ସଂଯୋଗ ହୋଇଥିବା ପାଇପ୍ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା। ଛବି ନାୟକ ଉକ୍ତ ବ୍ୟକ୍ତିମାନଙ୍କୁ ସନ୍ଦେହ କରି ବାଲିପଦର ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ବୁଗୁଡା ଥାନା କେଶ ନଂ ୮୦/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ