ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁର୍ବଳ ସ୍ୱାସ୍ଥ୍ୟସେବା ନେଇ ବରିଷ୍ଠ ଆଇନଜୀବୀଙ୍କ ଅଭିଯୋଗ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଭିନ୍ନ ସମୟରେ ଡ଼ାକ୍ତର ଅଭାବ, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ପରି ପରିପୂର୍ଣ୍ଣ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ନିଜ ଅସନ୍ତୋଷ ଛାଡିଛନ୍ତି ବେଲଗୁଣ୍ଠା ସହରର ଜଣାଶୁଣା ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା । ଶ୍ରୀ ପଣ୍ଡା ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ତାଙ୍କର କିଛି ମାଢୀ ଜନିତ ସମସ୍ୟା ପାଇଁ ସେ ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସେଠାରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇ ନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପ୍ରକାରେ, ଡାକ୍ତରଖାନା ଗଲା ପରେ ବହୁ ସମୟ ପରେ ମହିଳା ଡାକ୍ତର ଆସି ତାଙ୍କର ପରୀକ୍ଷା କରିଥିଲେ । କିନ୍ତୁ ସେ ସେଠାରେ କୌଣସି ଚିକିତ୍ସା ନ କରି ଭଞ୍ଜନଗର ଡାକ୍ତରଖାନାକୁ ଯିବା ପାଇଁ କହିଥିଲେ ।ଏ ନେଇ ଆଇନଜୀବି ଶ୍ରୀ ପଣ୍ଡା ଅତ୍ୟନ୍ତ ଅସନ୍ତୋଷ ପ୍ରକଟ କରି ତାଙ୍କ ପରି ଜଣେ ଜଣାଶୁଣା ନାଗରିକଙ୍କୁ ଯଦି ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିଲା ନାହିଁ ତେବେ ଅନ୍ୟ ଲୋକଙ୍କୁ କ’ଣ ମିଳୁଥିବ ବୋଲି ସେ ପ୍ରଶ୍ନ କରିଛନ୍ତି ।ଏ ଡାକ୍ତରଖାନା କେବଳ ଏକ ରେଫାରଲ ସ୍ୱାସ୍ଥ୍ୟ କେନ୍ଦ୍ର ବୋଲି ସେ କହିଛନ୍ତିି । ଏ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାଃ ସବିତା ବେହେରାଙ୍କ ପ୍ରତିକ୍ରିୟା ପ୍ରକାରେ, ଶ୍ରୀ ପଣ୍ଡାଙ୍କ ଯଦିଓ ମାଢି ଜନିତ ସମସ୍ୟା ଅଛି କିନ୍ତୁ ତାହା କୌଣସି ଗୁରୁତର ନୁହଁ । ଏବଂ ତାଙ୍କୁ ପାଟିଭିତର ମାଡ଼ି ରେ ମାଂସ ବଢିଥିବା ପରି ଲାଗୁଥିବା ସେ ପ୍ରକାଶ କରିଥିଲେ କିନ୍ତୁ ସେମିତି କିଛି ଅସୁବିଧା ନାହିଁ । ତେଣୁ ଆମେ ତାଙ୍କୁ ପରୀକ୍ଷଣ କରିବା ପରେ ଅସୁବିଧା ନାହିଁ ବୋଲି କହିବା ସତ୍ୱେ ସେ ଆମକୁ ମାଢି ରୁ ଓହଲିଥିବା ମାଂସ କାଢି ଦେବା ପାଇଁ କହିଲେ କିନ୍ତୁ ଏଠାରେ କୌଣସି ସର୍ଜନ ନଥିବାରୁ ,ଯଦି ଆପଣଙ୍କ ସେମିତି କିଛି ଅସୁବିଧା ଲାଗୁଛି ତେବେ ଭଞ୍ଜନଗର ଯିବା ପାଇଁ ପରାମର୍ଶ ଦେଇଥିବା ଡ଼ାଃ ସବିତା ବେହେରା ପ୍ରକାଶ କରିଛନ୍ତି ।ଏହି ମେଡ଼ିକାଲ ସ୍ୱାସ୍ଥ୍ୟସେବା ତଥା ଡାକ୍ତର ଅଭାବ ନେଇ ବିଭିନ୍ନ ସମସ୍ୟାରେ ଘେରି ହୋଇ ରହୁଛି । ଏ ପରି ସ୍ଥଳେ ଜଣେ ଆଇନଜୀବୀ ଙ୍କ ଅଭିଯୋଗ ବେଲଗୁଣ୍ଠା ଅଂଚଳରେ ଆଲୋଚନାର ଖୋରାକ୍ ଯୋଗାଇବା ସହ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ