କୃଷ୍ଣସାର ମହୋତ୍ସବ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ

ବୁଗୁଡ଼ା,(ଅନିଲ କୁମାର ମହାରଣା) :ବାଲିପଦର ମହୋତ୍ସବ ପଡ଼ିଆରେ ସପ୍ତମ ବାଲିପଦର ମହୋତ୍ସବ କୃଷ୍ଣସାର ୨୦୨୪ ଉଦଘାଟିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ବାଲିପଦର ମହୋତ୍ସବ କମିଟି ଅଧ୍ୟକ୍ଷ ଭଗବାନ ପୂଜାରୀ, ଆସିକା ସମବାୟ ସମିତିର ନିର୍ଦ୍ଦେଶିକା ନନ୍ଦିନୀ ଭୂୟାଁ, ବୁଗୁଡା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନଷ ରଞ୍ଜନ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ଆସିକା ଚିନି ଶିଳ୍ପ ନିର୍ଦ୍ଦେଶକ ବସନ୍ତ ଦଳେଇ, ସମାଜସେବୀ କେ. ନୀଳମାଧବ ଆଚାରୀ, ରାଜେନ୍ଦ୍ର କୁମାର ପ୍ରଧାନ, ବାଲିପଦର ସେବା ସମବାୟ ସମିତିର ସଭାପତି କେ. ଅଶୋକ କୁମାର ପାତ୍ର, ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ, ସମାଜସେବୀ ଧରଣୀଧର ପଣ୍ଡା, ରେଞ୍ଜର ପ୍ରଦୀପ କୁମାର ମିଶ୍ର, ପାଙ୍ଗିଡି ସରପଞ୍ଚ ଭାଗ୍ଯଲତା ବିଷୋୟୀ ଯୋଗଦେଇଥିଲେ। ମହୋତ୍ସବ କମିଟି ସଂଯୋଜକ ବି.ପ୍ରକାଶ ଚନ୍ଦ୍ର ପାତ୍ର ସଂଯୋଜନା କରିଥିବା ବେଳେ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ବଡ ପଡିଆରୁ ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ଏକ ମିନି ମାରାଥନ, ସ୍ମୃତି ମଶାଲ ଶୋଭାଯାତ୍ରା, ଘଣ୍ଟବାଦ୍ଯ, ଦାସକାଠିଆ, ପ୍ରହଲ୍ଲାଦ ନାଟକ, ଓଡ଼ିଶୀ ନୃତ୍ୟ ଭଞ୍ଜନଗର, ନୀଳକଣ୍ଠେଶ୍ଵର ନାଟ୍ୟ ଗୃପ ବାଲିପଦର, ସରସ୍ବତୀ ବିଦ୍ୟାମନ୍ଦିର ଡ୍ଯାନ୍ ଗୃପ ବାଲିପଦର ସମେତ ଅଞ୍ଚଳର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସନ୍ଧ୍ୟାରେ ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ଗୃପ ସଙ୍ଗୀତର ତାଳେ ତାଳେ ଦର୍ଶକ ବୃନ୍ଦ ଝୁମି ଉଠିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ