ସୂଚନା ଆଇନ୍ ୨୦୦୫ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ସୂଚନା ଆଇନ୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବିଭାଗର ପ୍ରଥମ ଅପିଲ କର୍ତ୍ତୃପକ୍ଷ ଏବଂ ଜନ ସୂଚନା ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଯାଇଥିଲା । ସୂଚନା ଅଧିକାର ଆଇନ, ୨୦୦୫ ଅଧୀନିୟମ U/S 4 (1)b ଧାରା ପ୍ରକାରେ ସମସ୍ତ କାର୍ଯ୍ୟାଳୟ ଗୁଡିକର ତଥ୍ୟ ପ୍ରକାଶନ, କାର୍ଯ୍ୟଧାରା, ଲୋକଙ୍କ ନିମନ୍ତେ ପ୍ରଦତ୍ତ କରାଯାଉଥିବା ସଂପୃକ୍ତ କାର୍ଯ୍ୟାଳୟର ସେବା ଏବଂ ସେହି ସେବା କିଭଳି ପାଇବେ ସେଗୁଡିକର ତଥ୍ୟ ଅନ୍ ଲାଇନ୍ ମାଧ୍ୟମରେ କିଭଳି ପ୍ରକାଶନ କରିବେ ତାହା ପ୍ରଶିକ୍ଷଣ ମାଧ୍ୟମରେ ଆଭାସୀ ଜରିଆରେ ଯୋଡି ହୋଇ ରାଜ୍ଯ ସୂଚନା ଅଧିକାର ପରିଚାଳନା ଦିଗରେ କାର୍ଯ୍ୟ କରୁଥିବା ହର୍ଷ ପରିଚ୍ଛା ପ୍ରାଞ୍ଜଳ ଭାହବରେ ଆଭାସୀ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ମାର୍ଗ ଦର୍ଶନ ପ୍ରକାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ କର୍ମଶାଳାରେ ଉପସ୍ଥିତ ରହି ପ୍ରଶିକ୍ଷଣର ଆବଶ୍ୟକତା ଏବଂ ଏହାର ଗୁରୁତ୍ବ ସମ୍ପର୍କରେ ଅବଗତ କରାଇ ଜଣାଇଥିଲେଯେ, ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ମୁତାବକ ଅଧୀନିୟମ ପ୍ରକାରେ ଜନସୂଚନା ପ୍ରଦାନ କରିବାର ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଏବଂ ଜନ ସୂଚନା ଅଧିକାରୀଗଣ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହାର ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ