ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଛତ୍ରପୁର ଏନଏସି ଓ ବ୍ଲକସ୍ତରୀୟ ପାଳିତ ଏହି ଅବସର ରେ ସମ୍ମାନୀତ ହେଲେ ବହୁ କବି ଓ ଲେଖକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଷ୍ଟାଡିଅମ ପରିସର ରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଛତ୍ରପୁର ଏନଏସି ସ୍ତରୀୟ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ କହିଥିଲେ ଯେ ଆଜି ପ୍ରତି ଓଡ଼ିଆ ଙ୍କ ମନରେ ଉତ୍ସାହ ଓ ଆନନ୍ଦ ସହ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଯାଇଛି l ଏହି ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ଵର ସମସ୍ତ ଓଡ଼ିଆ ଙ୍କୁ ଉତ୍ତମ ପ୍ରଭାବ ପକାଇବା ସହ ଯୁବ ପୀଢ଼ି ଙ୍କୁ ଓଡ଼ିଆ ଭାଷା ସହିତ ଯୋଡ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର, ଏହି ଅବସର ରେ ବିଧାୟକ ଙ୍କ ସହ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି, କବି ଓ ଲେଖକ ଏବଂ ମିଶନ ଶକ୍ତି ର ମାନେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ, ପରେ କବି ଓ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଡୁଡ଼ା ପିଡି ନୀଳ ମାଧବ ଭୋଇ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଇଓ ସମ୍ବିତ ସଂଗ୍ରାମଜିତ ସାହୁ, କବି ଡ଼ଃ ପ୍ରଶାନ୍ତ କୁମାର ଶତପଥି ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ସମସ୍ତ କାଉନସିଲର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ଏହି ଅବସର ରେ ବିଧାୟକ ଙ୍କ ଦ୍ୱାରା ଏକ ସଚେତନତା ରଥ ର ଶୁଭରାମ୍ଭ ହୋଇଥିଲା, ସେହିପରି ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଳିତହୋଇଯାଇଛି, କବି ଓ ଲେଖକ ଙ୍କୁ ସମ୍ମାନିତ କରାଯାଇଛି, ଏହା ସହିତ କିଛି ମିଶନ ଶକ୍ତି ର ମା ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ବିଡ଼ିଓ ସୁଶାନ୍ତ କୁମାର ବରାଳ, ଫାଇନାନ୍ସ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କ ବହୁ ମହିଳା ମାନେ ଉପସ୍ଥିତ ଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ