ଟାଙ୍ଗଣାପଲ୍ଲୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦକୁ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର-ମାନପତ୍ର ପ୍ରଦାନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରନୀଳକଣ୍ଠେଶ୍ବର ବିଦ୍ଯାପୀଠ ର ପୁରାତନ ଛାତ୍ର ସଂସଦର ‘ମୋ ସ୍କୂଲ’ ଅଭିଯାନରେ ଉଲ୍ଲେଖନୀୟ ସହଭାଗିତା ପାଇଁ ରାଜ୍ଯ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଶିକ୍ଷା ସଚିବ ଅଶ୍ବଥି ଏସ୍ ଙ୍କ ଦସ୍ତଖତରେ ଏକ ମାନପତ୍ର ପ୍ରାପ୍ତ ହୋଇଥିବା ବିଷୟ ପୁରାତନ ଛାତ୍ର ସଂସଦର ସଂପାଦକ ତଥା ବିଦ୍ଯାଳୟର ଅବସର ପ୍ରାପ୍ତ ରାଜ୍ଯ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।1961 ମସିହାରେ ପ୍ରତିଷ୍ଠିତ ଛତ୍ରପୁର ବ୍ଳକର ପ୍ରଥମ ଉଚ୍ଚବିଦ୍ଯାଳୟରୂପେ 1965 ମସିହାରେ ମାଟ୍ରିକ ପ୍ରଥମ ବ୍ଯାଚ ପରୀକ୍ଷାର୍ଥୀ ଉପସ୍ଥାପନ କରି ଏ ଯାବତ୍ 60 ବ୍ଯାଚ ସୃଷ୍ଟି କରିଛି ଏବଂ ରାଜ୍ଯର ଡଥା ଦେଶର ପ୍ରଗତିରେ ନିଜକୁ ନିୟୋଜିତ କରି ବିଭିନ୍ନ ବିଭାଗରେ ସଫଳତାର ସହ ଛାତ୍ରମାନେ ଉଚ୍ଚ ପ୍ରଂଶସିତ ହୋଇଛନ୍ତି।ମୁଖ୍ଯମନ୍ତ୍ରୀଙ୍କ ଉଚ୍ଚ ବିଚାରଧାରା ଅନୁଯାୟୀ ‘ମୋ ସ୍କୁଲ’ ଅଭିଜାନ ପ୍ରଚଳିତ ହେବାପରେ ତତ୍କାଳୀନ ପ୍ରଧାନ ଶିକ୍ଷକ ରାମ ନାରାୟଣ ପଣ୍ଡା ସଂସଦର ସଭାପତି ଗଦାଧର ରାଉଳ ,କାର୍ଯ୍ଯକାରୀ ସଭାପତି ପ୍ରକାଶ ଚନ୍ଦ୍ର ବିଷୋୟୀ ,ସଂପାଦକ କାମରାଜୁ ମହାରଣା ଏବଂ ଉପଦେଷ୍ଟା ଲକ୍ଷ୍ମୀନାରାୟଣ ଶତପଥୀଙ୍କ ସହ ବିଚାର ଆଲୋଚନା କରି ମୋ ସ୍କୁଲ ପାଇଁ ପଞ୍ଚତିରିଶ ହଜାର ଟଙ୍କା ସହଭାଗିତା ଉପଲବ୍ଧ କରାଇପାରିଥିଲେ ଏବଂ ରାଜ୍ଯ ସରକାରଙ୍କ ଠାରୁ ଦୁଇଗୁଣ ଟଙ୍କା ଅର୍ଥାତ ସତୁରି ହଜାର ଟଙ୍କା ଆସିଥିଲା ଏବଂ ବିଦ୍ଯାଳୟର ବିକାଶରେ ବିନିଯୋଗ ହୋଇଥିଲା।ପରବର୍ତ୍ତୀ ସମୟରେ ପୁରାତନ ଛାତ୍ର ଶୁଭେନ୍ଦୁ କୁମାର ସାହୁ ଲକ୍ଷାଧିକ ଟଙ୍କାର ଟେବୁଲ୍, ଅରବିନ୍ଦ ଜେନା ଆକ୍ବା ର ଥଣ୍ଡା ପାନୀୟ ଜଳ ଯନ୍ତ୍ର ବିଦ୍ଯାଳୟକୁ ପ୍ରଦାନ କରି ମାତୃ ରୂପିଣୀ ବିଦ୍ଯାଳୟର ବିକାଶରେ ନିଜକୁ ସାମିଲ୍ କରିଛନ୍ତି।ଏତଦ୍ ବ୍ଯତୀତ ଗରୀବ ଓ ମେଧାବୀ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ,ଅଞ୍ଚଳର ଗରୀବ ଜନ ସାଧାରଣଙ୍କୁ ଶୀତବସ୍ତ୍ର ପ୍ରଦାନ,ନୀଳକଣ୍ଠେଶ୍ବର ମନ୍ଦିର ଉନ୍ନତିକରଣ ପ୍ରଭୃତି ସାମାଜିକ କାର୍ଯ୍ଯକ୍ରମରେ ପୁରାତନ ଛାତ୍ର ସଂସଦ ନିଜକୁ ସାମିଲ କରିଛି।ବିଦ୍ଯାଳୟର ହୀରକ ଜୟନ୍ତୀ ପାଳନ କରିବା ପାଇଁ ଏକ ନିଷ୍ପତି ଗ୍ରହଣ କରାଯାଇଛି।ସମସ୍ତ ପୁରାତନ ଛାତ୍ର ଏହି କାର୍ଯ୍ଯକ୍ରମରେ ସହଯୋଗ କରିବା ପାଇଁ ସଭାପତି ଗଦାଧର ରାଉଳ,କାର୍ଯ୍ଯକାରୀ ସଭାପତି ପ୍ରକାଶ ଚନ୍ଦ୍ର ବିଷୋୟୀ ଓ ସଂପାଦକ କାମରାଜୁ ମହାରଣା ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ