ସ୍ୱାସ୍ଥ୍ୟ ଅଧିକାରୀ ସମିତି ବୈଠକରେ ସର୍ବଦା ଅନୁପସ୍ଥିତ ରହୁଥିବା ଯୋଗୁଁ ଅସନ୍ତୋଷ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ନୂଆଗଡ଼ ପଞ୍ଚାୟତ ସମିତି ସଦ୍ଭାବନା ସଭାଗୃହରେ ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଗଡ଼ ପଞ୍ଚାୟତ ସମିତିର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନିହିମିୟା ରଇତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋକନାଥ ଶବର, ଏଇ , ଶ୍ରୀ ପ୍ରଦୁମ୍ନ ଦାସ, ଦାୟିତ୍ୱରେ ଥିବା ସଂପ୍ରସାରଣ ଅଧିକାରୀ ଶ୍ରୀ ନୃସିଂହ ଚରଣ ମିଶ୍ର ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶ୍ରୀ ନୃସିଂହ ଚରଣ ମିଶ୍ର ପୂର୍ବ ବୈଠକରେ ଆଲୋଚନା କରାଯାଇଥିବା ସବିଶେଷ ବିବରଣୀ ପଠନ କରିଥିଲେ। ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ପାନୀୟଜଳ ଯୋଗାଣ, ଶିକ୍ଷା ବିଭାଗ, ଉଦ୍ୟାନ ବିଭାଗ, ଜଳଯୋଗାଣ ଓ ପରିମଳ, ସାମାଜିକ ସୁରକ୍ଷା, ଜାତୀୟ ଖାଦ୍ୟ ସୁରକ୍ଷା, ମନରେଗା ଯୋଜନା, ଜୀବିକା ମିଶନ, ମିଶନଶକ୍ତି, ମହିଳା ଓ ଶିଶୁ ବିକାଶ, ସମନ୍ୱିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ ଯୋଜନା, ଜଳ ଛାୟା ଓ ମୃତ୍ତିକା ସଂରକ୍ଷଣ, ସରକାରଙ୍କ କେଉଁ ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ସମ୍ପାଦନା କରାଯାଉଛି। ଆଗକୁ କାର୍ଯ୍ୟ ହେବାକୁ ଥିବା ସେହି ବିଷୟବସ୍ତୁ ଉପରେ ବିଭାଗୀୟ ଅଧିକାରୀ ମାନେ ଅବଗତ କରାଇଥିଲେ। ସୂଚନା ଥାଉ କି ସେହିଭଳି ସ୍ୱାସ୍ଥ୍ୟ ବିଭାଗର, ବନ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପ୍ରାଣୀ ଚିକିତ୍ସା, ମସ୍ୟ ବିଭାଗର ପ୍ରମୂଖ ବିଭାଗୀୟ ଅଧିକାରୀ ମାନେ ଉକ୍ତ ବୈଠକରେ ଅନୁପସ୍ଥିତ ଥିବାରୁ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ ଉକ୍ତ ବିଭାଗର ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ଯେ ଉକ୍ତ ବୈଠକରେ ଉପସ୍ଥିତ ରହିବା ନିମନ୍ତେ, କିନ୍ତୁ ବିଭାଗୀୟ ଅଧିକାରୀ ମାନେ ପ୍ରତି ପଞ୍ଚାୟତ ସମିତି ବୈଠକରେ ଅନୁପସ୍ଥିତ ରହିବା ସହ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ