ଜିଲ୍ଲାପାଳଙ୍କ ଦ୍ୱାରା ମିଶନ ଶକ୍ତି ନୂତନ ଗୃହର ଶିଳାନ୍ୟାସ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):କାଶିନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମରେ ମିଶନ ଶକ୍ତିର ନୁତନ ଗୃହ ଶିଲାନ୍ୟାସ ଉଦ୍ଘାଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କଲେକ୍ଟର ଶ୍ରୀ ସ୍ମୃତି ରଂଜନ ପ୍ରଧାନ, ବିଜେଡି ଯୁବନେତା ଇଂ ରୁପେଶ ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, ଆଖିଲା ପାତ୍ର ଓ ଅନ୍ୟାନ୍ୟ ନେତା ସ୍ଥାନୀୟ ବାସିନ୍ଦା ଯୋଗଦାନ କରିଥିଲେ l