ବୁଢ଼ାବଳଙ୍ଗ ନଦୀରେ ଉନ୍ନତ କିସମର ମତ୍ସ୍ୟ ଯାଆଁଳ ଛଡ଼ାଯିବ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର ମତ୍ସ୍ୟ ବିଭାଗ ତରଫରୁ ଆଜି ଅପରାହ୍ନ ଘ. ୩ ଟା ସମୟରେ ବୁଢ଼ାବଳଙ୍ଗ ନଦୀରେ ଉନ୍ନତ କିସମର ମତ୍ସ୍ୟ ଯାଆଁଳ ଛଡ଼ାଯିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରେମୁଣା ବ୍ଲକର ଦହପଡା ଗ୍ରାମପଞ୍ଚାୟତର ରାମଶଙ୍କର ମନ୍ଦିର ନିକଟସ୍ଥ ବାରୁଣୀ ଘାଟଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟେ ୪ ଲକ୍ଷ ରୋହି, ଭାକୁର ଓ ମିରିକାଳି ଯାଆଁଳ ଛଡାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ I ଉପ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ଦୀପ୍ତି କୁମାର ମହାପାତ୍ର ନଦୀରେ ଯାଆଁଳ ଛାଡିବା ବିଷୟରେ ଆଲୋକପାତ କରିଥିଲେ I ରେମୁଣା ମାନ୍ୟବର ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ନଦୀରେ ମତ୍ସ୍ୟ ଯାଆଁଳ ଛାଡିବା ଦ୍ୱାରା ମତ୍ସ୍ୟଜୀବି ପରିବାର ବୃନ୍ଦ କିପରି ଉପକୃତ ହେବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ I ବାଲେଶ୍ୱର ଜିଲ୍ଲାପରିଷଦ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ମତ୍ସ୍ୟ ବିଭାଗର ବିଭିନ୍ନ ଉନ୍ନତି ମୂଳକ ଯୋଜନାରେ ଯୋଡି ହୋଇ ଲାଭବାନ ହେବା ପାଇଁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ I ଦହପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରଣତି ଜେନା ଏହି କାର୍ଯ୍ୟକ୍ରମଟି ନଦୀରେ ମତ୍ସ୍ୟ ସମ୍ପଦର ସଂଖ୍ୟା ବୃଦ୍ଧି ପାଇଁ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ମତ ପ୍ରକାଶ କରିଥିଲେ I ମନ୍ଦରପୁର ସରପଞ୍ଚ ଶ୍ରୀମତୀ ମଞ୍ଜୁଶ୍ରୀ ଦାସ ମଧ୍ୟ ଯୋଗଦାନ କରି ମତ୍ସ୍ୟ ଚାଷ ଏକ ଲାଭଜନକ ବ୍ୟବସାୟ ବୋଲି କହିଥିଲେ I ରେମୁଣା ବିଡ଼ିଓ ଶ୍ରୀ ସଂଗ୍ରାମ କେଶରୀ ପରିଡା ଯୋଗଦାନ କରି ନଦୀରେ ମତ୍ସ୍ୟ ଯାଆଁଳ ଛାଡିଥିଲେ I ଦହପଡା ପଞ୍ଚାୟତର ଏକାଧିକ ମତ୍ସ୍ୟଜୀବି ଓ ଅନ୍ୟାନ୍ୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ I ଶେଷରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମୀରାମ୍ବିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ