ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ଆରକେଏସଏସ’ ଦ୍ବାରା ଖଜୁରୀ ଗୁଡ ପ୍ରକ୍ରିୟାକରଣ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ମହିଳା ମାନଙ୍କର ଆର୍ଥିକ ସ୍ଥିତିରେ ଖାଦ୍ୟ ନିରାପତର ପରିବର୍ତ୍ତନ ଆଣିବା ପାଇଁ ବହୁମୂଲ୍ୟ ଜୈବିକ ଖତସାର ପ୍ରୟୋଗ କି କରି ଖଜୁରୀ ଚାଷରୁ ଖଜୁରୀ ଗୁଡ ପ୍ରକ୍ରିୟା କରଣ ଗଜପତି ସ୍ଥିତ ଆରକେଏସ ଏସ’(ରବି ନିରନ ସର୍ଭିସ ସୋସାଇଟି) ସ୍ୱେଚ୍ଛାସେବୀ ଅନୁଷ୍ଠାନ- ଗରିବ, ଆଦିବାସୀ, ହରିଜନ ଯଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଦୀର୍ଘ ୧୦ ରୁ ୧୨ ବର୍ଷ ଧରି ଉନ୍ନୟନମୂଳକ କାର୍ଯ୍ୟକ୍ରମ କରି ଆସୁଅଛୁ ଯଥା:- ନାଗରିକ ସମାଜ ସଶକ୍ତିକରଣ, ସ୍ଥାୟୀ କୃଷି, ଖାଦ୍ୟ ନିରାପଣ କରଣ, ପ୍ରକୃତିକ ସମ୍ବଳର ବିକାଶ, ଏସ୍ ଚଳି, ଗ୍ରାମ ସଂଗଠନ, କୃଷକ ସଂଗଠନ, ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ, ଉତ୍ପାଦକ ଗୋଷ୍ଠୀ, ବ୍ୟବସାୟ ଗୋଷ୍ଠୀ କରି ସେମାନଙ୍କ ମାଧ୍ୟମରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକରେ ସକ୍ରିୟ ଭାବେ କାମ କରି ଆସୁଅଛୁ, ଏବଂ ସରକାରଙ୍କ ବିଭିନ୍ନ ବିଭାଗସହ ମିଳିତ ଭାବେ କାମ କରି ଆସୁଅଛୁ ।ମହିଳା ମାନଙ୍କ ଖାଦ୍ୟ ନିରପଡାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ଆରକେଏସଏସ ଅନୁଷ୍ଠାନ ନାବାର୍ଡ ଓ ତାଳ ଗୁଡ ସୋସାଇଟି ମାଧ୍ୟମରେ ତିଆରି କରିବା ଉପକରଣ ଜିଏନଜି ଦିଆଯାଇଥିଲା । ପରୀକ୍ଷା ମୂଳକ ଜି. ଉଦୟଗିରି ରୁ ମୁଣ୍ଡା ଅତାରସିଙ୍ଗ ଗ୍ରାମରେ ଖଜୁରୀ ରସରୁ ଗୁଜ ବାହାର କରିବା ପାଇଁ 90 ଜଣ ମହିଳାମାନଙ୍କୁ ତାଲିମ ଦିଆଯାଇଥିଲା ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କୁହାଯାଇଛି ଯେ, ବର୍ତମାନ ଆର ଦୟଗିରି ନୂଆଗଡ ବ୍ଲକ ୧୫ଟି ଗ୍ରାମ୍ଯ 1ର ୪୦ଟି ଏସ୍ଏଚ୍ ଜିର ୩୦୦ ମହିଳାଙ୍କୁ ନେଇ ୧୦ଟି ଉତ୍ପାଦକ ଗୋଷ୍ଠୀଗଠନ କରିବା ପାଇଁ ନିଷ୍ପତି ନେଇଛୁ । ଖଜୁରୀ ଗଛରୁ ରସ ବାହାର କରି ଗୁଡ ଓ ପାରତର ତିଆରି କରାଯାଉଛି। ଏହାର ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟପ୍ରତି ସୁପ୍ତ ରଖେ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ ଓ ରୋଗ ପ୍ରତିରୋଧକ ଶକ୍ତି ହଜମ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ