ପ୍ରସାଧନ ପ୍ରଯୁକ୍ତିବିଦ୍ୟାକୁ ତାଚ୍ଛଲ୍ୟ କାହିଁକି

ଦିପ୍ତିମୟୀ ନାୟକ

ଗୋଟେ ସ୍ତମ୍ଭକାରର କର୍ତ୍ତବ୍ୟ ହୋଇଥାଏ ସେ ତା ଲେଖା ମାଧ୍ୟମରେ ସମାଜକୁ କିଛି ଭଲ ବାର୍ତ୍ତା ଦେବା ସହ ଲୋକଙ୍କ ମନର କଥାକୁ ନିଜ ଲେଖା ମାଧ୍ୟମରେ ସମ୍ପାଦକୀୟ ପୃଷ୍ଠାରେ ସ୍ଥାନ ଦେବାପାଇଁ କିନ୍ତୁ ବର୍ତ୍ତମାନର କିଛି ସ୍ତମ୍ଭକାର ସ୍ତମ୍ଭ ବଦଳରେ ପ୍ରସାଧନ ପ୍ରଯୁକ୍ତିବିଦ୍ୟାକୁ ତାଚ୍ଛଲ୍ୟ କରୁଛନ୍ତି ଯେମିତିକି ଏହା ହେଉଛି ଏ ଦୁନିଆର ସବୁଠାରୁ ବଡ଼ ପ୍ରସଙ୍ଗ ଆଉ ଏମାନେ ସେହି ପ୍ରସଙ୍ଗ ଉପରେ ଗୋଟେ ସ୍ତମ୍ଭ ଲେଖିଦେଇଛନ୍ତି | ଏ ଦୁନିଆରେ ବହୁତ ଗୁଡିଏ ସମସ୍ୟା ରହିଛି ଯେଉଁ ସମସ୍ୟା ଗୁଡ଼ିକରୁ ଆଜିବି ଅନେକ ଲୋକ ମୁକୁଳି ପାରିନାହାନ୍ତି କିମ୍ବା ଯେଉଁ ସମସ୍ୟା ଗୁଡିକର କେବେ ଆଲୋଚନା ହୋଇନି | ଯଦି କୌଣସି ବିଷୟରେ ଆଲୋଚନା ହେଉଛି କିମ୍ବା ଆମେ ସେହି ବିଷୟରେ କୌଣସି ପ୍ରବନ୍ଧ ଲେଖୁଛେ ତେବେ ଆମକୁ ସର୍ବପ୍ରଥମେ ସେହି ବିଷୟ ଉପରେ ଗୁରୁତ୍ୱ ଦେବା ଦରକାର କି ଏହା ସତରେ ଏକ ବିରାଟ ବଡ଼ ପ୍ରସଙ୍ଗ ଯାହା ଆଲୋଚନା ହେଇନି କିନ୍ତୁ ମୁଁ ମୋ ପ୍ରବନ୍ଧ ମାଧ୍ୟମରେ ଲେଖିଦେବି ଯାହା ଆଗାମୀ ଦିନ ଗୁଡିକରେ ଏକ ଆଲୋଚନାର ବିଷୟବସ୍ତୁ ହୋଇପାରିବ |
ତେବେ ଗତକିଛିଦିନ ତଳେ ମୁଁ ମଧ୍ୟ ଜଣେ ପ୍ରବନ୍ଧିକଙ୍କର ପ୍ରବନ୍ଧ ପଢି ଟିକେ ବିଚଳିତ ହୋଇଯାଇଥିଲି କାହିଁକି ନା ସେଥିରେ ପ୍ରସାଧନ ପ୍ରଯୁକ୍ତିବିଦ୍ୟାର ବହୁତ ତାଚ୍ଛଲ୍ୟ କରାଯାଇଛି | ଯେମିତିକି ଝିଅ ପିଲା ଫିଲଟର କ୍ୟାମେରା କାହିଁକି ବ୍ୟବହାର କରୁଛନ୍ତି ଆଉ ସେମାନେ ଯଦି ସେହି ଫିଲଟର କ୍ୟାମେରା ବ୍ୟବହାର ନକରିବେ ତେବେ ତାଙ୍କର ଅଧା ଫ୍ୟାନ୍ସ, ଫଲୋଅରସ୍ କମିଯିବେ | ସୋସିଆଲ ମିଡିଆରେ ଆଉ ତାଙ୍କ ପୋଷ୍ଟରେ ଲାଇକ, କମେଣ୍ଟ ଆସିବନି | ଯଦି ଦମ ଅଛି ବିନା ଫିଲଟର କ୍ୟାମେରାରେ ଫୋଟ ଉଠାଅ ତେବେ ସେହି ଲେଖକ ମାନଙ୍କୁ ପଦେ ପ୍ରସାଧନ ପ୍ରଯୁକ୍ତିବିଦ୍ୟା ନ ଜାଣି ସମାଲୋଚନା କରିବାର ଅର୍ଥ କଣ ସେମାନେ ନିଜକୁ କଣ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି | ଆଉ ଯିଏ ପ୍ରଯୁକ୍ତିବିଦ୍ୟା ଶିଖି ନାହିଁ ସେ ଅଙ୍ଗୁର ଖଟା କହିଲେ ଚଳେ |
ସତ କହିବାକୁ ଗଲେ ଫିଲଟର କ୍ୟାମେରା ଅନେକ ଲୋକଙ୍କ ମୁହଁରେ ହସ ଦେଇଛି | ଏହି କ୍ୟାମେରାର ବ୍ୟବହାର କେବଳ ଝିଅପିଲା କରନ୍ତିନି ପୁଅପିଲା ମାନେ କରନ୍ତି | କାହିଁକି ନା ଏହି ଫିଲଟର କ୍ୟାମେରା ବେଳେବେଳେ ଗୋଟେ ଅଶାନ୍ତ ମନକୁ ଶାନ୍ତି ଦେଇଦେଇଥାଏ ଏବଂ ନିଜେ ନିଜକୁ ସେଲିବ୍ରିଟି ଭାବରେ ଦେଖି ନିଜକୁ ଟିକେ ସୁନ୍ଦର ଅନୁଭବ କରିଥାଏ | ବେଳେବେଳେ ସୁନ୍ଦର ଅସୁନ୍ଦର ପାର୍ଥକ୍ୟ ଭିତରେ ଅସୁନ୍ଦର ମଣିଷଟା ଯେମିତି ଅଲୋଡ଼ା ହୋଇଯାଉଥିଲା ଯେମିତିକି ଲୋକେ କୁହନ୍ତି ହଁ ମ ସୁନ୍ଦର ଅସୁନ୍ଦରରୁ କଣ ମିଳିବ କିନ୍ତୁ ଆପଣ ନିଜେ ଅନୁମାନ କରନ୍ତୁ ସୁନ୍ଦର ଲୋକଙ୍କୁ ଆଜିବି ଅନେକ ଜାଗାରେ ପ୍ରାଧାନ୍ୟ ଦିଆଯାଏ ଆଉ ଅସୁନ୍ଦର ଲୋକକୁ ତାଚ୍ଛଲ୍ୟ କରାଯାଏ | ମାନୁଛି ସବୁ ଲୋକ ସମାନ କିନ୍ତୁ କଳା ଗୋରାର ଭେଦଭାବ ଯେମିତି ଆଜିବି ଏମାନଙ୍କ ମନରେ ଅଛି ଯେମିତି ଇଂରେଜ ଅମଳରୁ ଥିଲା | ଯେତେବେଳେ ଆମେମାନେ କୌଣସି ସଭାସ୍ଥଳୀରେ କହୁଛେ କଳା ଗୋରାର ଭେଦ ଭାବ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯାଇଛି | ସେଠି ଆଜିବି କିଛି ଲୋକ କଳା ଗୋରାର ଭେଦଭାବକୁ ନେଇ ସୋସିଆଲ ମିଡିଆରେ ଅନେକ ଟିପ୍ପଣୀ ଦିଅନ୍ତି | ଯାହା ଦେଖିଲେ କଷ୍ଟ ଲାଗେ ଆଉ ମୁଁ ଭାବିବାକୁ ଲାଗେ ସତରେ ଏମାନେ କେତେ ବିଚିତ୍ର ଲୋକ ନିଜେ ସୁନ୍ଦର ଚେହେରା ପାଇଛନ୍ତି ବୋଲି ଅନ୍ୟର ଚେହେରାକୁ ଦେଖି ଏମାନେ କେତେ ସହଜରେ ଆଉ କେତେ ସୁନ୍ଦର ନିଜର ମତ ରଖୁଛନ୍ତି | ଯେଉଁମାନେ ଅସୁନ୍ଦର ସେମାନଙ୍କୁ ସେମାନଙ୍କ ମତ ସୋସିଆଲ ମିଡ଼ିଆ ମାଧ୍ୟମରେ ପଢି କେମିତି ଲାଗୁଥିବ ସେମାନେ ହୁଏତ କେବେ ଭାବନ୍ତି ନାହିଁ ଆଉ ଯଦି ଭାବିଥାନ୍ତେ ତେବେ ସୋସିଆଲ ମିଡିଆରେ ଯିଏ ଯେଉଁ ଫିଲଟର ପକେଇ ଫୋଟ ଉଠାଉ ତାକୁ ଦେଖି କେବେ କହି ନଥାନ୍ତେ ମଣିଷର ଚରିତ୍ର ଆଉ ବ୍ୟକ୍ତିତ୍ୱ | ଯଦି ଜଣେ ଫିଲଟର ପକେଇ ଫୋଟ ଉଠେଇ ଦେଉଛି ସତରେ କଣ ତା ଚରିତ୍ର ଆଉ ବ୍ୟକ୍ତିତ୍ୱ ଖରାପ ହେଇଯାଉଛି | ଏଟା ସବୁଠାରୁ ବଡ଼ ପ୍ରଶ୍ନ | କାରଣ ଆଜିର ଦୁନିଆରେ ପ୍ରତ୍ୟେକ ଲୋକ ସୁନ୍ଦର ଦେଖାଯିବାକୁ ଚାଁହାନ୍ତି | ପ୍ରତ୍ୟେକ ଲୋକ ବିଭିନ୍ନ ପ୍ରଡକ୍ଟର କସ୍ମାଟିକ କିଣି ନିଜକୁ ସୁନ୍ଦର ଭାବରେ ସଜେଇ ଦିଅନ୍ତି କାରଣ ସେମାନେ ଅନ୍ୟ ମାନଙ୍କ ଭଳି ସୁନ୍ଦର ଦେଖାଯିବେ | ଆଉ ଆଜିର ଦିନରେ ଫିଲଟର କ୍ୟାମେରା ଯେହେତୁ ବାହାରିଛି ତାହାର ବହୁଳ ବ୍ୟବହାର ମଧ୍ୟ ବଢିଛି ଲୋକ ପ୍ରିୟତା ମଧ୍ୟ ହାସଲ କରିଛି |
ଦିନ ଥିଲା ନିଜ ଚେହେରାକୁ ନେଇ ଅନେକ ଲୋକ ଚିନ୍ତିତ ରହୁଥିଲେ ଆମେ କେମିତି ଅନ୍ୟ ମାନଙ୍କ ଭଳି ସୁନ୍ଦର ଦେଖାଯିବା ଲୋକମାନେ ବି ଆମକୁ କେମିତି ଭଲ ପାଇବେ | କାହିଁକି ନା ଆଜିର ଦିନରେ ଯିଏ ସୁନ୍ଦର ତା ସହ ଲୋକ ମିଶିବାକୁ ବହୁତ ପସନ୍ଦ କରନ୍ତି | କିନ୍ତୁ ହଁ ସମସ୍ତେ ବଡ଼ ବଡ଼ କଥା କୁହନ୍ତି ଚେହେରାରୁ କଣ ମିଳେ ମ ଯଦି ହୃଦୟ ସଫା ଥାଏ | ହେଲେ ନା ଏସବୁ କେବଳ କହିବା କଥା ଏଠି ଲୋକ ସେହି ମାନଙ୍କ ସହ ମିଶନ୍ତି ଯିଏ ସୁନ୍ଦର ଦେଖାଯାଆନ୍ତି | ଆଜିର ଦିନରେ ଫିଲଟର କ୍ୟାମେରା ହିଁ କିଛି ଲୋକଙ୍କୁ ଖୁସି ଦେଉଛି | ସେମାନଙ୍କ ଉଦାସୀନତାକୁ ଦୂର କରି ସେମାନଙ୍କ ଓଠରେ ହସ ଭରି ଦେଇଛି | କିନ୍ତୁ ମଣିଷ ସ୍ଵଭାଵ ଭାରି ବିଚିତ୍ର ସେ ନିଜେ ସୁନ୍ଦର ଦେଖାଗଲେ ଭଲ ଆଉ ତା ଆଖିରେ ଅନ୍ୟ କେହି ଜଣେ ଯେତେ ସୁନ୍ଦର ଦେଖାଗଲେ ବି ଖରାପ କାହିଁକି କହିଲ ତା ଇଗୋ କୁ ହର୍ଟ ହୋଇଯାଏ | ସେ ସବୁବେଳେ ଚେଷ୍ଟା କରୁଥାଏ ଅନ୍ୟ ମାନଙ୍କୁ ଯେକୌଣସି ନା ଯେକୌଣସି କଥା କହି ନିର୍ଚ୍ଚା ଦେଖାଇବ | କିନ୍ତୁ ଏଥିରେ କିଛି ଲାଭ ନଥାଏ କି କ୍ଷତିର କିଛି ହିସାବ ନିକାସ ନଥାଏ ତଥାପି ସେହି ମଣିଷ ମାନେ ଅନ୍ୟକୁ ଟିକେ ତଳେ ପକେଇବାକୁ ଚେଷ୍ଟା କରନ୍ତି | ସମାଜ ଆଗରେ ସେମାନେ ଯଦି ଭଲ ହେଲେ ଭଲ ଦେଖାଗଲେ ଭଲ କିନ୍ତୁ ତାଙ୍କ ଆଖି ଆଗରେ ଆଉ କିଏ ଟିକେ ଭଲ ଦେଖାଗଲେ କଥା ସରିଲା |
କାହାର ଚେହେରାକୁ ନେଇ କୌଣସି ବ୍ୟକ୍ତି ନିଜର ବ୍ୟକ୍ତିଗତ ମତ ରଖ ନାହିଁ | କାରଣ ମୋ ଆଖିରେ ସମସ୍ତେ ସୁନ୍ଦର ଆଉ ଯେତେବେଳେ କୌଣସି ବ୍ୟକ୍ତିଙ୍କର କୌଣସି ବ୍ୟକ୍ତିଗତ ମତ କୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ଥାଏ | ସେତେବେଳେ ମୋତେ ବହୁତ ଦୁଃଖ ଲାଗେ | କାରଣ କିଛି ଲୋକ ଅନ୍ୟ ମାନଙ୍କୁ କୁହନ୍ତି ନିଜର ଚେହେରାକୁ ଫିଲଟର କ୍ୟାମେରାରେ ଗୋଡେଇ ଦେଲ ନିଜ ଚରିତ୍ରକୁ କେମିତି ଘୋଡ଼େଇକି ରଖିବ | ତେବେ ସେମାନଙ୍କ ପାଇଁ ଗୋଟେ କଥା ଫିଲଟର କ୍ୟାମେରା କେବଳ ମଣିଷକୁ ଗୋରା କରିଦିଏ କିନ୍ତୁ ତା ହୃଦୟ ଆଗରୁ ଯେମିତି ଥାଏ ସେମିତି ଥାଏ | ସେ କୌଣସି ବହୁମୂଖୀ ପ୍ରତିଭା ନଥାଏ ଯେ ଅନ୍ୟ ମାନଙ୍କ ଠାରୁ ବାଃ ବାଃ ଶୁଣିବାପାଇଁ ଅନ୍ୟ ମାନଙ୍କୁ ନିର୍ଚ୍ଚା ଦେଖାଉଥାଏ | ବରଂ ସେ ସେୟା କରେ ଯେତେବେଳେ ଯାହା ତା ମନ କୁହେ | ଫିଲଟର କ୍ୟାମେରା ତ ଏକ ମାଧ୍ୟମ ନିଜେ ନିଜକୁ ଟିକେ ସୁନ୍ଦର ଦେଖିବାକୁ ହେଲେ ସେ ସତରେ ସୁନ୍ଦର ଥାଏ ଯେମିତି ତା ମନ ଆଗରୁ ସୁନ୍ଦର ଥିଲା | ଏ ଦୁନିଆରେ ପ୍ରତ୍ୟେକ ଲୋକ ସମାନ ନୁହଁନ୍ତି | କି ପ୍ରତ୍ୟେକ ଲୋକଙ୍କ ଭାବନା ସମାନ ନଥାଏ | ହେଲେ ଆଜିର ଲୋକ କଳା ଚେହେରାକୁ ଦେଖି ହତ ଆଦର କରିବେ ଆଉ ଦରକାର ପଡିଲେ ଗୋଡ଼ ତଳେ ପଡିବେ | ଅନେକ ସମୟରେ ଏମାନେ କଳା ଗୋରାର ପାର୍ଥକ୍ୟ ଖୋଜି ନିଜେ ଧୋକା ଖାଆନ୍ତି ଶେଷରେ ସମସ୍ତଙ୍କୁ ଧୋକେବାଜ ମଣିଷ ଭାବନ୍ତି | କିନ୍ତୁ ଥରେ ଭାବ କାହାର ଚରିତ୍ର ଆଉ ବ୍ୟକ୍ତିତ୍ୱ ଉପରକୁ ଯଦି ତମେ ଆଙ୍ଗୁଳି ଉଠେଇ କହୁଛ ତେବେ ନିଜେ ନିଜର ଚରିତ୍ର ଆଉ ବ୍ୟକ୍ତିତ୍ୱ ଉପରକୁ କାହିଁକି ସେହି ଆଙ୍ଗୁଳି ଉଠାଉନ | ଗୋଟେ କଥା ମନେ ରଖନ୍ତୁ ବନ୍ଧୁ ଧଳା ସାର୍ଟ ପିନ୍ଧିଦେଲେ ଧଳା ହାର୍ଟ ହୋଇଯାଏନି ବରଂ ହୃଦୟକୁ ବି ସଫା ରଖିବାକୁ ପଡେ | ତେଣୁ ଯିଏ ଯେଉଁ ଫିଲଟର ବ୍ୟବହାର କରି ଫୋଟ ଉଠାଉଛନ୍ତି ତାଙ୍କୁ ଆକ୍ଷେପ କରି କହିବା ଭୁଲ | କାରଣ ସମସ୍ତଙ୍କର ବି ଗୋଟେ ମନ ଅଛି | ଆଉ ଆଜିର ଦିନରେ ସେଥିପାଇଁ ତ ଫିଲଟର କ୍ୟାମେରାର ଚାହିଦା ବଢିଛି | ଲୋକ ଦେଖିଲେ ଜାଣୁଛନ୍ତି ଏଟା କେଉଁ କ୍ୟାମେରା ଆଉ କେଉଁ ଫିଲଟର ତେଣୁ ଲୋକଙ୍କ ଫିଲଟର ଦେଖି ତାଙ୍କ ଚରିତ୍ର କିପରି ନିଜେ ନିଜେ କହିବା ଭୁଲ | ହୁଏତ ତୁମେ ବଡ଼ ପଦବୀରେ ରହି ବଡ଼ ବଡ଼ କଥା କହିପାର କିନ୍ତୁ କୌଣସି ଲୋକଙ୍କୁ ଆକ୍ଷେପ କରି କହିବା ଭୁଲ | କାହାର ବ୍ୟକ୍ତିତ୍ୱ ଆଉ କାହାର ଚରିତ୍ର ଉପରେ ଦାଗ ଲଗେଇବା ଅପେକ୍ଷା ଜାଣିକି ନିଜ ଦେହରେ ଥରେ ଦାଗ ଲଗେଇ ଦେଖନା କେମିତି ଲାଗୁଛି | ମୋ ଆଖିରେ ସମସ୍ତେ ସୁନ୍ଦର ମୁଁ କାହା ଚେହେରା ଦେଖେନି ବରଂ ହୃଦୟ ଦେଖି ହୃଦୟରୁ ବନ୍ଧୁତା କରିଦିଏ | କିନ୍ତୁ ନିଜକୁ ଯେତେବେଳେ ବିରକ୍ତ ଲାଗେନା ନିଜେ ନିଜେ ଫିଲଟର କ୍ୟାମେରା କାଢି ସେଲ୍ଫି ନେଇଯାଏ ତ ଆଉ କେତେବେଳେ ସାଙ୍ଗସାଥିଙ୍କ ସହ ଫଟୋ ଉଠାଇ ଦିଏ | ଠିକ ସେମିତି ପ୍ରତ୍ୟେକ ଲୋକ ଯେତେବେଳେ ନିଜକୁ ବହୁତ ଏକୁଟିଆ ଅନୁଭବ କରନ୍ତି ସେତେବେଳେ ଏହି ଫିଲଟର କ୍ୟାମେରା ଲୋକମାନଙ୍କୁ ହସାଇ ଦିଏ ଆଉ ମାନସିକ ଚିନ୍ତାରୁ ମୁକୁଳି କେତେବେଳେ ରିଲସ କରୁଥାଏ ତ କେତେବେଳେ ଫୋଟ ଉଠେଇବାରେ ବ୍ୟସ୍ତ ରହିଯାଇଥାଏ | ଆଉ ଏହି ଫିଲଟର କ୍ୟାମେରା ଆଜିର ଦିନରେ କୌଣସି ଲୋକଙ୍କୁ କେବେ ଅନୁଭବ କରିବାକୁ ଦେଇନି ଯେ ତୁମେ ଅସୁନ୍ଦର | ବରଂ ଏହି ଫିଲଟର କ୍ୟାମେରା ସମସ୍ତଙ୍କୁ ସୁନ୍ଦର ଦେଖାଯିବାର ସମସ୍ତଙ୍କ ମାନସିକ ଦୁଶ୍ଚିନ୍ତା ଦୂର କରି ସମସ୍ତଙ୍କୁ ସୁନ୍ଦର ଦେଖାଯିବାର ମନୋବଳ ଦୃଢ କରିଛି |
ତେଣୁ କିଛି ଲେଖିବା ପୂର୍ବରୁ ନିଜ ମନକୁ ସ୍ଥିର କରି ଲେଖନ୍ତୁ ଆପଣ କେଉଁ ବିଷୟରେ ଲେଖୁଛନ୍ତି ଆଉ କାହାକୁ ତାଚ୍ଛଲ୍ୟ କରି କହୁଛନ୍ତି | ଫିଲଟର କ୍ୟାମେରା ଖରାପ ନୁହେଁ କିନ୍ତୁ ଏମିତି ଫିଲଟର ଲେଖାର ଲେଖକଙ୍କ କଥା ବହୁତ ଫିଲଟର ଫିଲଟର ଲାଗେ | କାହିଁକି ନା ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ନୁହେଁ ଯାହାକୁ ନେଇ ଖବର କାଗଜ ଠାରୁ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ଆଲୋଚନା ହେଉଛି ଆଉ ଶେଷରେ ଝିଅପିଲା ମାନେ ହିଁ ଏହି ଲେଖା ଗୁଡିକୁ ପଢି ଚୁପ ହୋଇ ରହୁଛନ୍ତି | ତେଣୁ କାହାକୁ ତାଚ୍ଛଲ୍ୟ କରି କହିବା ପୂର୍ବରୁ ସେମାନଙ୍କ ଫିଲଟର କ୍ୟାମେରା ଫୋଟ ଦେଖି କାହାର କେତେ କ୍ଷତି ହୋଇଛି ଟିକେ କହିବେ କି ଯଦି କାହାର କିଛି କ୍ଷତି ହୋଇନି ସମାଜକୁ କିଛି କୁପ୍ରଭାବ ପଡିନି ତେବେ ଏତେ ତାଚ୍ଛଲ୍ୟ କରିବା କଣ ଦରକାର | ସେହି ଲେଖକ ମାନଙ୍କୁ ଅନୁରୋଧ ଝିଅପିଲାଙ୍କୁ କିଛି ତାଚ୍ଛଲ୍ୟ କରି କୁହନ୍ତୁନି | ସମାଜକୁ ଭଲ ବାର୍ତ୍ତା ଦିଅନ୍ତୁ ଏବଂ ନିଜ ଲେଖାକୁ କିଛି ଭଲ ଲେଖାରେ ପରିଣତ କରିବାପାଇଁ ନିଜ ଉଦ୍ୟମ ଜାରି ରଖନ୍ତୁ କିନ୍ତୁ ଏମିତି ପ୍ରସାଧନ ପ୍ରଯୁକ୍ତିବିଦ୍ୟାର କେବେ ତାଚ୍ଛଲ୍ୟ ନକରନ୍ତୁ |

ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
9090661586

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ