ରାଜଶ୍ରୀ ବିଳାସୀ ସମାଜ ପକ୍ଷରୁ ମହାସଭା ଓ ନୂତନ କମିଟି ଗଠନ

ପୋଲସରା , (ଅନିଲ କୁମାର ମହାରଣା):କବିସୂର୍ଯ୍ୟନଗର ଅନ୍ତର୍ଗତ ସୁବଳୟା ପଞ୍ଚାୟତ ମଠ ତେନ୍ତୁଳି ଗ୍ରାମର ମହାସଭା ପୀଠରେ ମହାସଭା ହେବା ସହ ନୂତନ କମିଟି ଗଠନ ସହିତ ଚାରି ଦିନ ଧରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଭ୍ୟର୍ଥନା ପରିଷଦ ସଭାପତି ରମେଶ ବେହେରାଙ୍କ ସଭାପତିତ୍ବରେ ଏକ ୪ ଦିନିଆ ବୈଠକ ଅନୁଷ୍ଠିତ ହେବା ସହ ସମାଜର ବିଭିନ୍ନ ବିଷୟ ଓ ସମସ୍ଯାକୁ ନେଇ ଆଲୋଚନା ହୋଇ ତାହା ସମାଧାନ ହୋଇଥିଲା। ରାଜଶ୍ରୀ ବଳାସୀ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହମତି କ୍ରମେ ସଭାପତି ଭାବେ ସୁରେନ୍ଦ୍ର ନାଥ ପ୍ରଧାନ, ଉପସଭାପତି ଭାବେ ସୁମନ କୁମାର ସାହୁ, ସଂପାଦକ ଭାବେ ଭଗବାନ ପ୍ରଧାନ, ଯୁଗ୍ମ ସଂପାଦକ ଭାବେ କାଳୁ ଚରଣ ସାହୁ, ସହ ସଂପାଦକ ଭାବେ ରାଧା ମାଧବ ପ୍ରଧାନ, ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ସାହୁ ରାଜଶ୍ରୀ ବଳାସୀ ସମାଜର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ନୂତନ କର୍ମକର୍ତ୍ତା ମାନେ ସମାଜର ସମସ୍ତ କାର୍ଯ୍ୟ ୩ ବର୍ଷ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ସପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷ ଦିବସରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଯୋଗଦେଇ କୁଳର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ଲକ ଅଧ୍ୟକ୍ଷା ଯୋତ୍ରିମୟୀ ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ବଳରାମ ପ୍ରଧାନ ଏବଂ ସମାଜର ପୂର୍ବତନ ସଭାପତି ମଙ୍ଗୁଳୁ ସାହୁ ମଧ୍ୟ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଉଦ୍ଧବ ସାହୁ ସଂଯୋଜନା କରିଥିବା ବେଳେ ସଂପାଦକ ଚିତ୍ରସେନ ସାହୁଙ୍କ ସମେତ ସମସ୍ତ ନାୟକ, ପ୍ରଧାନ, ପାତ୍ର ଓ ସମାଜର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହାସହିତ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଚିରିକିପଡା ଶାସନ ଗ୍ରାମର ରୋନିତ ପ୍ରଧାନ, ଜ୍ଞାନେନ୍ଦ୍ର ସାହୁ, ରେଶ୍ମା ପ୍ରଧାନ ସହ ସମାଜର ଅନ୍ଯ ଛାତ୍ରଛାତ୍ରୀ ଓ ପୋଲସରା ଅଞ୍ଚଳର ଦୁଇ ସାମ୍ବାଦିକ ରୋହିତ ପ୍ରଧାନ ଓ ରବିନ୍ଦ୍ର ସାହୁଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ