ନରେନ୍ଦ୍ରପୁର ଭାୟା କହ୍ନେଇପୁର ଗ୍ରାମଉନ୍ନୟନ ରାସ୍ତା ନିର୍ମାଣରେ ବାଧା ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନରେନ୍ଦ୍ରପୁର ଭାୟା କହ୍ନେଇପୁର ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର, ପୁରୁଷୋତ୍ତମପୁର, ଆୟବା ଗ୍ରାମପଞ୍ଚାୟତ ସମେତ କହ୍ନେଇପୁର, ସନ୍ୟାସପୁର, ମାନପାଟଣା, ବଅଢିହ, ବରହମପୁର ପ୍ରଭୃତି ଗ୍ରାମର ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ରପୁର ଭାୟା କହ୍ନେଇପୁର ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣରେ ସମସ୍ୟା ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସଂପୃକ୍ତ ବ୍ୟକ୍ତି ଜଣଙ୍କ କେତେକ ଅସାମାଜିକ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ନେଇ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଲୋକମାନଙ୍କୁ ମିଥ୍ୟା ମକ୍କଦ୍ଦମାର ଭୟ ଦେଖାଉଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ବ୍ୟକ୍ତି ଜଣଙ୍କ କହ୍ନେଇପୁର ଠାରେ ନୂତନ ଭାବେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ ବିରୋଧ କରି ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଣୁ ସେହି ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ରଞ୍ଜନ କୁମାର ବେହେରା, ସୁଦର୍ଶନ ବେହେରା, ବଳରାମ ବେହେରା, ଗଗନ ବେହେରା, ଶ୍ରୀକାନ୍ତ ବେହେରା, ଯୋଗେନ୍ଦ୍ର ବେହେରା, ମହେନ୍ଦ୍ର ପ୍ରଧାନ, ମଧୁସୁଦନ ବେହେରା, ତ୍ରିଲୋଚନ ବେହେରା,ହିମାଂଶୁ ବେହେରା, ଅମୁଲି ବେହେରା, କୃପାସିନ୍ଧୁ ବେହେରା, ନୃସିଂହ ବେହେରା, ରବିନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ