ଘରେ ଗ୍ରୀଷ୍ମର ଆଗମନ ପାରଳାଖେମୁଣ୍ଡିରେ ତରଭୁଜ ବେପାର ଜମୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ମାଘ ମାସର ଶୀତ ଦିନରେ ବର୍ତ୍ତମାନ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ଋତୁ ଭଳି ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି. ଆଗମନ ଖରା ବଢିବା ସହିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଜମୁଛି ତରଭୁଜ ବେପାର ! ଦିନକୁ ଦିନ ତାପମାତ୍ରା ବଡୁଛି । ତା ସାଙ୍ଗକୁ ରାସ୍ତା କଡରେ ତରଭୁଜ ଜମୁଛି ! ଖରା ଯେତେ ବଢିବ , ବେପାର ସେତେ ପରିମାଣ ଅଧିକ ହେବ ବୋଲି ବେପାରୀ ପ୍ରକାଶ କରିଛନ୍ତି । ସହର ର ବିଭିନ୍ନ ଛକ ରେ ବିକ୍ରି ବଟ। କରୁଛନ୍ତି । ବିଶେଷ କରି ଛାତ୍ର ଛାତ୍ରୀ , ସହର କୁ ଆସୁଥିବା ପଥଚାରୀ ତରଭୁଜ କିଣି ଥାନ୍ତି । କାସିନଗର ବ୍ଲକ ର ବିଭିନ୍ନ ଅଂଚଳରେ ଉତ୍ପାଦନ ହେଉଛି ତରଭୁଜ , ଏବଂ ପଡୋଶୀ ରାଜ୍ୟ ରୁ କିଣି ଆଣି ବିକ୍ରି ବଟା କରିଥାନ୍ତି ବ୍ୟବସାୟୀ । ତରଭୁଜ ଖାଇଲେ ପେଟ ଥଣ୍ଡା ରହିବ । ଖରାରେ ତୃଷା ନିବାରଣ କରିଥାଏ ! ଆଧୁନିକତା ରେ ହଜି ଯାଉଥିବା ମଣିଷ ପାଖରେ ମୃଦୁ ପାନୀୟ ର ଚାହିଦା ଥିବା ସତ୍ତ୍ୱେ ତରଭୁଜ ପ୍ରତି ମଧ୍ୟ ଆଦର ବଢୁଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ