ଆଦୃତ ହେଉଛି ଏଫ୍ଏଲ୍‌ଏନ୍ ଶିକ୍ଷା ପଦ୍ଧତି, ପ୍ରଥମ ପର୍ଯ୍ୟାୟରେ ୩୨୭ଟି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପ୍ରଥମ ଶ୍ରେଣୀରୁ ଶିକ୍ଷାରେ ନିପୁଣତା ହାସଲ କରିବେ ଛାତ୍ରଛାତ୍ରୀ। ଏଥିପାଇଁ ନୂତନ ଏକ ଶିକ୍ଷା ପଦ୍ଧତି ଏଫଏନଏଲ ପ୍ରଣୟନ କରି ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ଏଫଏଲଏନ (ଫଣ୍ଡାମେଣ୍ଟାଲ ଲିଟିରେସି ଏଣ୍ଡ ନ୍ୟୁମେରସି) ଯେଉଁଥ୍ରେ ପ୍ରାଥମିକ ସ୍ତରରୁ ସାଧାରଣ ଜ୍ଞାନ, ଭାଷା ସାହିତ୍ୟ ଓ ଗଣିତ ଶିକ୍ଷାରେ ଦକ୍ଷତା ହାସଲ କରିବେ ଶିକ୍ଷାର୍ଥୀ। ବିଭିନ୍ନ ଖେଳନା, ଚିତ୍ର ତଥା ଶିକ୍ଷଣ ସାମଗ୍ରୀ ସହ ପିଲା ପଢ଼ୁଛନ୍ତି ପାଠ। ଏଫଏଲଏନ ପଦ୍ଧତିରେ ରହିଛି ତଳସ୍ତରରୁ ଛାତ୍ରଛାତ୍ରୀଙ୍କ ଜ୍ଞାନ ଅଭିବୃଦ୍ଧି ପାଇଁ ଉତ୍ତମ ବ୍ୟବସ୍ଥା । ପାରିପାର୍ଶ୍ବର ବ୍ୟବହାରିକ ସାମଗ୍ରୀ ଉପଯୋଗରେ ହେଉଛି ଶିକ୍ଷାଦାନ । ବିଶେଷ କରି ପିଲାଙ୍କ ସାମାଜିକ ଜ୍ଞାନ, ଭାଷାଶିକ୍ଷା ଓ ଗାଣିତିକ ଜ୍ଞାନରଦକ୍ଷତାର ଅଭିବୃଦ୍ଧି ପାଇଁ ଧାନ ଦିଆଯାଇଛି। ଯେପରି ତୃଣମୂଳରୁ ଛାତ୍ରଛାତ୍ରୀ ବୁଦ୍ଧିମାନ ହୋଇ ପାରିବେ. ରଙ୍ଗୀନ ଚିତ୍ରକଳାରେ ଶ୍ରେଣୀଗୃହକୁ ସଜାଇ ଆକର୍ଷଣୀୟ ପରିବେଶ ସୃଷ୍ଟି କରାଯିବା ସହ ଶିକ୍ଷଣ ସାମଗ୍ରୀ ଭାବେ ବିଭିନ୍ନ ପ୍ରକାରର କଣ୍ଢେଇ, ମାଟି ଖେଳନା,କାର୍ଡବୋର୍ଡ, ଅକ୍ଷର ଓ ଶବ୍ଦର ପ୍ଲାକାର୍ଡ, ଚିତ୍ରକଳା ମାଧ୍ୟମରେ ଗଳ୍ପ, ନାଚ ଗୀତ ଆଦି ଦ୍ବାରା ସାମାଜିକ, ଭାଷାଶିକ୍ଷା ଓ ଗଣିତ ସମ୍ପର୍କିତ ଶିକ୍ଷାକୁ ପୋଥ୍ ଭିଭିକ ସହ ବ୍ୟବହାରିକ ଶିକ୍ଷା ଦ୍ବାରା ପିଲାଙ୍କୁ ଶିକ୍ଷିତ କରାଯାଉଛି। ଫଳରେ ସ୍କୁଲ ପ୍ରତି ଆକୃଷ୍ଟ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଛାତ୍ରଛାତ୍ରୀଙ୍କୁ ଏଫଏଲଏନ ପଦ୍ଧତିରେ ଅଧୂକ ଶିକ୍ଷିତ କରିବା ପାଇଁ ସମ୍ପୃକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩୨୭ଟି ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି.ପିଲାଙ୍କ ସାମାଜିକ, ସାହିତ୍ୟ, ବିଜ୍ଞାନ ତଥା ଗଣିତ ଜ୍ଞାନ ସୁଦୃଢ଼ ହେଉଛି । ଏହା ଉଚ୍ଚ ଶିକ୍ଷା ପାଇଁ ବହୁ ଉପଯୋଗୀ ଏବଂ ସରକାରଙ୍କ ଏହି ପ୍ରୟାସ ଫଳପ୍ରଦ ହୋଇଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧୂକାରୀ ପ୍ରଦୋଷ କୁମାର ନାୟକଙ୍କ ସମେତ ଏଫଏଲଏନ ଶିକ୍ଷଯତ୍ରା ଆର୍ ଶୋଭାରାଣୀ । ବିକାଶ ହୋଇଛି ସରକାରୀ ବିଦ୍ୟାଳୟର ଭିଭିଭୂମି। ଏଥିସହ ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି ଘଟିଛି। ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃଦ୍ଧି ପାଇଛି। ଏଥିପାଇଁ ସବୁ କ୍ଷେତ୍ରରେ ସରକାର ପ୍ରୟାସ ଜାରି ରଖିଛନ୍ତି। ପ୍ରାଥମିକସ୍ତରରୁ ଛାତ୍ରଛାତ୍ରୀଙ୍କ ଜ୍ଞାନ ସୁଦୃଢ଼ କରିବାକୁ ଏଫଏଲଏନ ଶିକ୍ଷା ପଦ୍ଧତି ନିଶ୍ଚିତ ଭାବେ ସୁଫଳ ଯୋଗାଇବ ବୋଲି ଆଶା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ