ସ୍ବର୍ଗତ ଡାକ୍ତର ଭବାନୀ ଶଙ୍କର ଆଚାର୍ଯ୍ୟ ଙ୍କ ଅମର ଆତ୍ମା ର ସଦଗତି ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ବହୁ ପରିଚିତ, ଜନ ପ୍ରିୟ, ପରୋପକାରୀ ଓ ମୃଦୁ ଭାଷୀ ଡାକ୍ତର ଭବାନୀ ଶଙ୍କର ଆଚାର୍ଯ୍ୟ ଗୁରୁବାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି । ଏନେଇ ଶନିବାର ସ୍ବର୍ଗତ ଡାକ୍ତର ଆଚାର୍ଯ୍ୟ ଙ୍କ ଅମର ଆତ୍ମା ର ସଦଗତି ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସର ରେ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନ ରେ ଆଇନଜୀବି ପ୍ରଶାନ୍ତ କୁମାର ଶତପଥିଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଛତ୍ରପୁର ପ୍ରେସ କ୍ଳବ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ଇଂ. ରାମ ଚନ୍ଦ୍ର ପଟ୍ଟନାୟକ, କ୍ୟୁୟର୍ସ ସମ୍ପାଦକ ଅରୁଣ କୁମାର ଶତପଥି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ, କାଉନସିଲର ଦେବାଶିଷ ମିଶ୍ର, ୟୁଥ ମାସ ସେବା ସଂଘ ର ସଭାପତି ସୟାଦ ମୁକ୍ତାର, କେ. ଚନ୍ଦ୍ର ଶେଖର ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ବିଜୁ ଜନତା ଦଳର ଛତ୍ରପୁର ନଗର ସଭାପତି ବି. ରାଜୁ ବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ସଭାପତି ଟି. ଚନ୍ଦ୍ର ଶେଖର ରାଓ,ଏ. ରାବଣା ରାଓ,ବଡବଜାର ବ୍ୟବସାୟୀ ସଂଘ ର ସଭାପତି ସଂଜିତ କୁମାର ରାଉଳ, ପୂର୍ବତନ କାଉନସିଲର ରାଜେଶ ସାହୁ, ପ୍ରତିଭା ଆବାସିକ ବିଦ୍ୟାଳୟ ର ମୁଖ୍ୟ ଚିନ୍ମୟ ଦାଶ, ଶିକ୍ଷକ ନେତା ରବି ନାରାୟଣ ବେହେରା, ବିଜୁ ଆଇନ ସାମ୍ମୁଖ୍ୟ ର ସଭାପତି ସୁରେଶ ପଣ୍ଡା, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଚମାଖଣ୍ଡି ସରପଞ୍ଚ ସିଏଚ ମନୋଜ ରେଡ୍ଡୀ,ପ୍ରମୋଦ ସାହୁ, ଅଟଳ ବିହାରୀ ପଟ୍ଟନାୟକ, ଶିକ୍ଷାବିତ ସୁଧୀର ସାହୁ, ଡି. ଲାଛନା ରାଓ, ଚଗଲା ବେହେରା, ଲୋକନାଥ ସାହୁ, ଏସ. ଗୋପାଳ, କାଳୁ ଚରଣ ତ୍ରିପାଠୀ, ଟି. ଗୁରୁପ୍ରିୟା ଆଚାରୀ, ଭି. ରାଜେନ୍ଦ୍ର ରାଜୁଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ, ବ୍ୟବସାୟୀ ମାନେ ଯୋଗ ଦେଇ ସ୍ବର୍ଗତ ଡାକ୍ତର ଆଚାର୍ଯ୍ୟ ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ସେବା ସମ୍ପର୍କ ରେ କହିଥିଲେ, ତାଙ୍କର ବିୟୋଗ ଯୋଗୁଁ ଛତ୍ରପୁର ସମେତ ଗଞ୍ଜାମ ଜିଲ୍ଲା ର ଅପୂରଣୀୟ କ୍ଷତି ଘଟିଛି ବୋଲି କୁହାଯାଇଥିଲା, ପ୍ରାରମ୍ଭରେ ସମସ୍ତେ ସ୍ବର୍ଗତ ଡାକ୍ତର ଆଚାର୍ଯ୍ୟ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ଅମର ଆତ୍ମା ସଦଗତ କାମନା କରିଥିଲେ, ଶେଷରେ ସମସ୍ତଙ୍କୁ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ