ଛତ୍ରପୁର ଏନଏସି କୁ ମିଳିଲା ମୁନିସିପାଲଟି ର ମାନ୍ୟତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି ।ଦୀର୍ଘଦିନ ପରେ ଛତ୍ରପୁର ବାସୀଙ୍କ ଦାବୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି, ଏନେଇ ଆଜି ମୁଖ୍ୟମନ୍ତ୍ରୀ, ୫ ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ ଏବଂ ଗଞ୍ଜାମ ଜିଲ୍ଲାପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି ସହରବାସିନ୍ଦା ,ଏହି ଅବସର ରେ ଆଜି ସନ୍ଧ୍ୟା ରେ ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ଠାରେ ମିଷ୍ଠାନ ବଣ୍ଟନ କରାଯିବ ସହିତ ବାଣ ଫୁଟାଇ ଖୁସି ଜାହିର କରିଥିଲେ, ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତି ଛନ୍ଦା ସାମଲ, ସନ୍ତୋଷୀ ସେଠି, ମମତା ପାତ୍ର, ବି. ନିଶ୍ଚଳା ଓ କେ. ରମେଶ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସଭାପତି ସନମୂଖ ପଟ୍ଟନାୟକ, ଯୁବ ଛତ୍ରପୁର ବ୍ଲକ ଉପସଭାପତି କାଁହୁ ଚରଣ ବେହେରା,ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ସେନାପତି, ସୟଦ ମୁକ୍ତାର, ଏନ. ଗିରି ପ୍ରସାଦ ରାଓ,ଙ୍କ ବହୁ ବୃଦ୍ଧିଜୀବି, ଆଇନଜୀବି, ମିଶନ ଶକ୍ତି ର ମା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ସୂଚନା ଯୋଗ୍ୟ ଯେ : ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସେତେବେଳେ ସଚିବ ଥିବା ସମୟ ରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର କୁ ଅଗଷ୍ଟ 27ଗସ୍ତ ଆସିଥିଲେ, ଛତ୍ରପୁର ଏନଏସ ଉପାଧ୍ୟକ୍ଷ ଜି. ପାପା ଓ ପୂର୍ବତନ ଏନଏସି ଅଧ୍ୟକ୍ଷା ଜି. ଆରତୀ ଙ୍କ ନେତୃତ୍ୱ ବହୁ କାଉନସିଲର ମାନେ ଛତ୍ରପୁର ଏନଏସି କୁ ମୁନିସିପାଲିଟି ଘୋଷଣା କରିବା ନିମନ୍ତେ ତାଙ୍କୁ ଭେଟି ଅନୁରୋଧ ପତ୍ର ପ୍ରଦାନ କରିଥିଲେ, ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଏହି ନିଷ୍ପତ୍ତି ନେଇଛନ୍ତି । ଯାହାଫଳ ରେ ଛତ୍ରପୁର ସହର ରେ ଖୁସି ର ଲହରୀ ଖେଳିଯାଇଛି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ