କେରଳ ରୁ ଚୋରି ବାଇକ୍ ଜବତ କରିଛି ପାଟପୁର ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ପୋଲିସ ପକ୍ଷରୁ ଘନଘନ ଚଢ଼ାଉ ଜାରି ରହିଛି। ଅପରାଧୀ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ କେରଳରୁ ବାଇକ୍ ଚୋରି କରିଜଣେ ଯୁବକ ପାଟପୁର ଥାନା ଅଞ୍ଚଳ ରେ ବୁଲୁଥିବା ବେଳେ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ। ଉକ୍ତ ଯୁବକ ଜଣକ ହେଲେ ସୁନିଲ ନାୟକ(୨୧) ଗଜପତି ଜିଲ୍ଲା ଅଡବା ଥାନା ହାଡୁପଦର ବୋଲି ତଦନ୍ତରୁ ଜଣାପଡ଼ିଛି।ଏନେଇ କେସ ନମ୍ୱର୍ ୧୩୮/୨୪ ରେ ମାମଲା ରୁଜୁ କରିଛି। ସୂଚନା ପ୍ରକାରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସକାଳେ ପେଟ୍ରୋଲିଙ୍ଗ ସମୟରେ ପୁଡ଼ାମାରୀ ଠାରେ ଚେକିଙ୍ଗ କରୁଥିବା ବେଳେ ବ୍ରହ୍ମପୁର ରୁ ଗଜପତିସୁନିଲ କ୍ଷୀପ୍ର ଗତିରେ ଯାଉଥିବା ବେଳେ ପୋଲିସ ଅଟକ ରଖି ଜେରା କରିବା ପରେ କୌଣସି କାଗଜ ପତ୍ର ସଠିକ୍ ଉତ୍ତର ଦେଇନଥିବା ବେଳେ ବାଇକ ଟି କେରଳ ରୁ ଚୋରି କରି ଆଣି ଡୁପ୍ଲିକେଟ ଗାଡ଼ି ନମ୍ୱର ଲଗାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ପାଟପୁର ପୋଲିସ ଉକ୍ତ ସୁନିଲ ନାୟକ କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ