ତୈଳିକ ବୈଶ୍ୟ ସମାଜର ଆରାଧ୍ୟ ମଦନମୋହନଜୀଉଙ୍କ ବାର୍ଷିକୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ତୈଳିକ ବୈଶ୍ୟ ସାମାଜର ଆରାଧ୍ୟ ମଦନମୋହନଜୀଉଙ୍କ ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭକ୍ତମାନଙ୍କ ଦ୍ୱାରା କଳସ ଆଣାଯାଇ ଘଟ ସ୍ଥାପନ ସହ ଶୁଭାଧିବାସ କରାଯାଇଥିଲା । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ କରାଯିବା ସହ ରାତ୍ରିରେ ଅଗ୍ନି ଉତ୍ସବ ପାଳନ କରାଯାଇଥିଲା । ମାଘ ପୂର୍ଣ୍ଣିମା ଅବସରରେ ଅହୋରାତ୍ର ନାମଯଜ୍ଞରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ନାମସଂକୀର୍ତ୍ତନ ପରିବେଷଣ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ତୈଳିକ ବୈଶ୍ୟ ସମାଜର ବହୁ ସଦସ୍ୟ ଓ ଆଖପାଖ ଅଞ୍ଚଳରୁ ଭକ୍ତମାନେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାପରେ ନଗର ଓ କୀର୍ତ୍ତନ କରାଯାଇ ଉତ୍ସବର ସମାପ୍ତ ହୋଇଥିଲା । ସଭାପତି ଭରତ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, କୁମାରେଶ ସାହୁ, ମୃତ୍ୟୁଞ୍ଜୟ ସାହୁ, ସରୋଜ କୁମାର ସାହୁ, ଦେବାଶିଷ କୁବେର, ଚିତ୍ତରଞ୍ଜନ ପୃଷ୍ଟି, କୁଳମଣି ନାୟକ, ଗଣେଶ ପ୍ରସାଦ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ସୁଜାନଗର, ଗୁଲନଗର ଗ୍ରାମର ଗ୍ରାମବାସୀମାନେ ଯୋଗଦେଇ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ