କୃଷକ ଆନ୍ଦୋଳନ କୁ ସମର୍ଥନ କରି ବାଲେଶ୍ୱର ଜିଲ୍ଲା କଂଗ୍ରେସ ର ଏକ ମଶାଲ ଶୋଭାଯାତ୍ରା

ବାଲେଶ୍ଵର, (ସରୋଜ ପଣ୍ଡା):ଶନିବାର ସନ୍ଧ୍ୟା ୬:୩୦ ମିନିଟ ସମୟରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଙ୍କ ନେତୃତ୍ୱରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଓ କୃଷକ ଆନ୍ଦୋଳନ କୁ ସମର୍ଥନ କରି ଏକ ମଶାଲ ଶୋଭାଯାତ୍ରା ପୋଲିସ ଲାଇନ ଛକ ସ୍ଥିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଷ୍ଟେସନ ଛକ ସ୍ଥିତ ଅବଦୁଲ କାଲାମ ଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚି ସମାପ୍ତ ହୋଇଥିଲା।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ଗତ ଭାବେ ସ୍ଥିର କରିବାକୁ କୃଷକ ମାନଙ୍କର ବହୁ ଦିନର ଦାବି କୁ ଭଣ୍ଡୁର କରିବା ପାଇଁ ମୋଦି ସରକାର କୃଷକଙ୍କ ଉପରେ ଗୁଳି କରିବା ପାଇଁ ପଛାଉ ନାହାନ୍ତି।କୃଷକ ମାନଙ୍କର ମୁଖ୍ୟ ଦାବି ଶୀତଳ ଭଣ୍ଡାର, ସର୍ବନିମ୍ନ ସହାୟକ ମୂଲ୍ୟ,ଜଳସେଚନର ବ୍ୟବସ୍ଥା,ଇନପୁଟ ସବ୍ସିଡି ଆଦି କୁ ସରକାର ଭ୍ରୁକ୍ଷେପ ନକରି ଚାଷୀ ମାଗୁ ନଥିବା କାଳିଆ ଯୋଜନାରେ ନବୀନ ସରକାର ୫୦୦୦ ଟଙ୍କା କହି ୨୦୦୦ ଟଙ୍କା ଦେବା ସେହିଭଳି ମୋଦି ସରକାର ମଧ୍ୟ ୨୦୦୦ ଟଙ୍କା ଦେବା କୃଷକଙ୍କ ପ୍ରତି ଉପହାସ ସଦୃଶ।ଏହି ସବୁ କାରଣ ପାଇଁ କୃଷକ ବିରୋଧୀ ନବୀନ ଓ ମୋଦି ଙ୍କ ବିରୁଦ୍ଧ ରେ ଶତାଧିକ କଂଗ୍ରେସ କର୍ମୀ ଏହି ମଶାଲ ଶୋଭା ଯାତ୍ରା ରେ ଭାଗ ନେଇଥିଲେ।ଏହି ମଶାଲ ଶୋଭାଯାତ୍ରା ରେ ବିଶେଷ ଭାବେ ଗୋପୀନାଥ ପାଢ଼ୀ,ସୁଧାଂଶୁ ଜେନା,ଜ୍ୟୋତ୍ସ୍ନା ସେନାପତି,ଜୟନ୍ତ ମହାପାତ୍ର,ବିକାଶ ଦାସ,ରଞ୍ଜନ ଦାସ,ଗୌତମ ସାହୁ,ସରୋଜ ଲେଙ୍କା,ଅଜ଼ଗର ଅଲ୍ଲୀ,ନବପ୍ରସାଦ ଭୁଇଁୟା,କୁମୁଦୁନି ଦାସ,ବିନିତା ବାରିକ,ବିଦ୍ୟାଧର ମୋହାନ୍ତି,କନେଇ ବେହେରା,ପ୍ରଫୁଲ୍ଲ ରାଉଳ,ଆରତୀ ଜେନା,ତୁଷାର ତପସ୍ୱୀ,ସୁରେଶ ଜେନା,ଜୀବନ ମହାପାତ୍ର,ସୌରବ ବେହେରା,ଶ୍ରୀକାନ୍ତ ବୁଗୁଡ଼େଇ,ରାଜୀବ ମହାପାତ୍ର,ପରିତୋଷ ମଣ୍ଡଳ,ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ