ବେଲଗୁଣ୍ଠା ପ୍ରେସ୍ କ୍ଳବର ୧୦ମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପ୍ରେସ୍ କ୍ଳବ ର ଦଶମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମାଁ ବ୍ରାହ୍ମଣ ଦେବୀ ପୀଠରେ ଅନୁଷ୍ଠିତ ହୋଇଛି । ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ଆଇନଜୀବୀ ତଥା କ୍ଳବର ଆଇନ ପରାମର୍ଶଦାତା ଓମ୍ ପ୍ରକାଶ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଆସନ୍ତା ମାର୍ଚ୍ଚ ମାସରେ ଏହା ପାଳନ କରିବା ପାଇଁ ବୈଠକର ନିଷ୍ପତ୍ତି ହୋଇଥିଲା । ପ୍ରତିବର୍ଷ ଭଳି ନିଜ ବାପାମାଙ୍କ ବୋଝ ନ ଭାବି ନିରବାଛିନ୍ନ ଭାବେ ସେବା କରୁଥିବା ବ୍ୟକ୍ତିଙ୍କୁ ଶ୍ରବଣ କୁମାର, ସାଧାରଣଜନତାଙ୍କ ସହ ସୁ ସମ୍ପର୍କ ରକ୍ଷାକରିଆସୁଥିବା ଅଧିକାରୀ, ଅଧିକରୁ ଅଧିକ ରକ୍ତଦାନ ଓ ବୃକ୍ଷରୋପଣ କରୁଥିବା ବ୍ୟକ୍ତିମାନଙ୍କୁ ସଂମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଅତିଥି ଭାବେ ନିମନ୍ତ୍ରଣ ପାଇଁ ଏକ ଖସଡା ପ୍ରସ୍ତୁତି ହୋଇଥିଲା ।ଏଥି ସହିତ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପରିଶେଷରେ ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସଭାପତି ପ୍ରଭାତ କୁମାର ସାହୁ, ସହ-ସମ୍ପାଦକ ସରୋଜ ଶତପଥୀ, ବରିଷ୍ଠ ସଦସ୍ୟ ଚନ୍ଦନ କୁମାର ସାହୁ,ସୁରେଶ କୁମାର ସୁବୁଦ୍ଧି, ପଞ୍ଚାନନ ନାୟକ, ପ୍ରଦୀପ କୁମାର ଚୌଧୁରୀ,ମନୋରଞ୍ଜନ ମହାରଣା, ଶିବରାମ ଚୌଧୁରୀ, ସଚିନ ପୁରୋହିତ, ସଦାଶିବ ପାଣିଗ୍ରାହୀ, ତୋଫାନ୍ ସାହୁ, ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ