ବିଜେଡି ଗଡ଼ କୁ ବିଜେଡି ସରକାର ଙ୍କ ଅଣଦେଖା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ସରକାରଙ୍କ ତରଫରୁ ଗତକାଲି ଓଡ଼ିଶାରେ ନୂତନଭାବେ ୫ଟି ବିଜ୍ଞାପିତ ପରିଷଦ ଅଞ୍ଚଳ କୁ ପୌରପାଳିକା କେନ୍ଦ୍ର ଭାବେ ଘୋଷଣା କରିଥିଲେ | ଘୋଷିତ ହୋଇଥିବା ପୌରପାଳିକା ଅଞ୍ଚଳ ର ଲୋକମାନେ ଆନନ୍ଦିତ ଥିବାବେଳେ , ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ କୁ ପୌରପାଳିକା ତାଲିକାରୁ ବାଦ ଦେବା ଭଞ୍ଜନଗର ସହରବାସୀ ଙ୍କୁ ଏକ ବଡ଼ ଝଟକା ଲାଗିଛି | ଯେଉଁ ସବୁ ଅଞ୍ଚଳ ଗୁଡିକ ପୌରପାଳିକା ଘୋଷିତ ହୋଇଛି ସେହି ଅଞ୍ଚଳ ଗୁଡ଼ିକଠାରୁ ଭୌଗଳିକ, ଜନସଂଖ୍ୟା ଓ ପରିପାର୍ଶ୍ଵିକ ଦୃଷ୍ଟିକୋଣରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରପାଳିକା ର ମାନ୍ୟତା ପାଇବା ଉଚିତ|୧୯୫୭ ମସିହାରୁ ଭଞ୍ଜନଗର ଅଞ୍ଚଳ ବିଜ୍ଞାପିତ ପରିଷଦ ର ମାନ୍ୟତା ପାଇଛି ତାପରେ ଆସ୍କା ଓ ଛତ୍ରପୁର ବିଜ୍ଞାପିତ ପରିଷଦ ର ମାନ୍ୟତା ପାଇଛି | ଏବଂ ଗତ କିଛି ମାସ ତଳେ ଓଡିଶା ର ହାଇକୋର୍ଟ ତରଫରୁ ଆସ୍କା , ଛତ୍ରପୁର ଓ ଭଞ୍ଜନଗର କୁ ପୌରପାଳିକା କରିବା ପାଇଁ ରାୟ ଦିଆଯାଇଛି | ତଥାପି ସରକାର ଭଞ୍ଜନଗର ବିଜ୍ଞାପିତ ପରିଷଦ କୁ ପୌରପାଳିକା ଅଞ୍ଚଳ ଘୋଷଣା କରିନାହାନ୍ତି | ଭଞ୍ଜନଗର ପାଇଁ ସରକାର ଙ୍କ ଏହି ଭୂଲ ନିଷ୍ପତ୍ତି ଯୋଗୁଁ ଭଞ୍ଜନଗର ଅଞ୍ଚଳବାସୀଙ୍କ ମନରେ ବହୁତ ଆଘାତ ଲାଗିଛି | ଏହି ପରିପ୍ରେକ୍ଷୀ ରେ ଘୁମୁସର ବିଜେପି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି | ସରକାର ଖୁବଶୀଘ୍ର ନିଜ ନିଷ୍ପତ୍ତି କୁ ପୁନଃ ବିଚାର କରି ଭଞ୍ଜନଗର ଅଞ୍ଚଳ କୁ ପୌରପରିଷଦ ର ମାନ୍ୟତା ଦିଆଯାଉବୋଲି ବିଜେପି ଦଳ ପକ୍ଷରୁ ଅନୁରୋଧ ଏବଂ ଚେତାବନୀ ଦିଆଯାଇଛି | ଅନ୍ୟଥା ସେମାନେ ସାଧାରଣ ଲୋକଙ୍କ ସହିତ ମିଶି ସରକାର ଙ୍କ ଏହି ଭୂଲ ନିଷ୍ପତ୍ତି ବିରୋଧରେ ରାଜରାସ୍ତା କୁ ଆସି ଆନ୍ଦୋଳନ କରିବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ