ଗଛରେ ପିଟି ହେଲା ବୋଲେରୋ ୩ମୃତ ୪ଗୁରୁତ୍ତର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ହଳଦିଡିହ ଛକ ନିକଟରେ ଆୟବା ପଟୁ ଆସୁଥିବା ଏକ ବୋଲେରୋ ନଂ- ଓଡି-୦୫-ବିଏ- ୮୯୦୧ ଗାଡିଟି ରାସ୍ତା କଡରେ ଥିବା ଏକ ୟୁକାଲିପଟାସ ଗଛରେ ଜୋରରେ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣ (କଳାକାର)ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆୟବା ଗ୍ରାମପଞ୍ଚାୟତର ନରଣପୁର ଗ୍ରାମରେ ଜାଗର ଓ ଯଜ୍ଞ ଉପଲକ୍ଷେ ଆସନ୍ତା ମାର୍ଚ୍ଚମାସ ୧୬ ଏବଂ ୧୭ତାରିଖରେ ଦୁଇଦିନ ଧରି ଡ୍ରାମା(ନାଟକ) ହେବାକୁ ଥିବାରୁ ୫ଜଣ ଲେଡି ଆର୍ଟିଷ୍ଟ(ମହିଳା କଳାକାର) ରବିବାର ନରଣପୁର ଗ୍ରାମରେ ପହଞ୍ଚି ୨ଟି ନାଟକ ନିମନ୍ତେ ଅନ୍ୟ କଳାକାରମାନଙ୍କ ସହ ରିହଲସଲ କରିଥିଲେ । ସେହି ୫ଜଣ କଳାକାର ହେଉଛନ୍ତି କଟକ ଜିଲ୍ଲା ବୟାଳିସ ମୈାଜା ସବଳପୁର ଗ୍ରାମର ଶୁକଦେବ ରାଉତଙ୍କ ଝିଅ ରାଜଲକ୍ଷ୍ମୀ ରାଉତ(୨୭), ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ସାହାବାଜପୁର ଗ୍ରାମର ସୁଶାନ୍ତ ପରମାଣିକଙ୍କ ଝିଅ ଜ୍ୟୋସ୍ନାରାଣୀ ପରମାଣିକ(୨୦), ଭଦ୍ରକ ଜିଲ୍ଲା ସବରାଙ୍ଗ ଥାନାର ସାହାଡା ଗ୍ରାମର ଗୋକୁଳାନନ୍ଦ ଦାସଙ୍କ ଝିଅ ବେବିରାଣୀ ଦାସ(୩୨), କଟକ ସହରର ମାଳିସାହିର କୁସୁମ ଆଚାରୀ(୨୪) ଓ କଟକ ବୟାଳିସ ମୈାଜାରେ ରୁବିନା ନାଥ(୩୦) । ରାତି ଅନିଦ୍ରା ହୋଇ ରିହଲସଲ କରିବା ପରେ ସକାଳୁ ଡ୍ରାମାରେ କଳାକାର ଭାବେ ଭାଗନେଇଥିବା ସେହି ଗ୍ରାମର ଉତ୍କଳ କେଶରୀ ସ୍ୱାଇଁ ନିଜ ବୋଲେରୋ ଗାଡିରେ ସେହି ୫ଜଣ ପେଷାଦାର କଳାକାରଙ୍କୁ ନେଇ କେନ୍ଦ୍ରାପଡା ବସଷ୍ଟାଣ୍ଡକୁ ଛାଡିବାକୁ ଆସିଲାବେଳେ ହଳଦିଡିହ ଛକ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ କଟକ ଜିଲ୍ଲା ବୟାଳିସ ମୈାଜା ସବଳପୁର ଗ୍ରାମର ଶୁକଦେବ ରାଉତଙ୍କ ଝିଅ ରାଜଲକ୍ଷ୍ମୀ ରାଉତ(୨୫), ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ସାହାବାଜପୁର ଗ୍ରାମର ସୁଶାନ୍ତ ପରମାଣିକଙ୍କ ଝିଅ ଜ୍ୟୋସ୍ନାରାଣୀ ପରମାଣିକ(୨୦) ଓ ଭଦ୍ରକ ଜିଲ୍ଲା ସବରାଙ୍ଗ ଥାନାର ସାହାଡା ଗ୍ରାମର ଗୋକୁଳାନନ୍ଦ ଦାସଙ୍କ ଝିଅ ବେବିରାଣୀ ଦାସ(୩୨) ଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ଅନ୍ୟ ଦୁଇ ପେଷାଦାର କଳାକାର କଟକ ସହର ମାଳିସାହିର କୁସୁମ ଆଚାରୀ(୨୪) ଓ କଟକ ବୟାଳିସ ମୈାଜାରେ ରୁବିନା ନାଥ(୩୦)ଙ୍କ ସମେତ ନରଣପୁର ଗ୍ରାମର ବୋଲେରୋ ଚାଳକ ଉତ୍କଳ କେଶରୀ ସ୍ୱାଇଁ ଓ ଅଲେଖ ସ୍ୱାଇଁଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗାଡିଚାଳକ ଉତ୍କଳଙ୍କୁ କଟରରେ ଗାଡିକୁ କଟାଯାଇ ବାହାର କରାଯାଇଥିଲା । ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଦୂର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସଂପୃକ୍ତ ସ୍ଥାନଟି ଦୂର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ହୁଏତ ରାତି ଅନିଦ୍ରା ହୋଇ ଗାଡି ଚଳାଉଥିବାରୁ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟିହୋଇଯାଇଛି । ତେବେ ସେହି ସ୍ଥାନରେ ପୂର୍ବରୁ ବାରମ୍ବାର ଦୂର୍ଘଟଣା ଘଟି ଆସୁଥିବା ବେଳେ ନିକଟରେ ଏକ ସ୍କୁଟିରେ ଯାଉଥିବା ଶିକ୍ଷୟିତ୍ରୀଙ୍କ ଗଛରେ ପିଟି ହୋଇ ମୃତ୍ୟୁ ହୋଇଯାଇଥିବା ବେଳେ ରୋଗୀନେଇ ସେହି ରାସ୍ତାରେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ମଧ୍ୟ ଗଛରେ ପିଟି ହୋଇ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ