ପାରଳାରେ ବିଜେପିର ପ୍ରେସମିଟରେ ସରକାର ଓ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ଏକ ପ୍ରେସମିଟ ଆୟୋଜନ କରାଯାଇଥିଲା. ଗଜପତି ଜିଲ୍ଲା ବିଜେପିର ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସଭା ଅଧାରୁ ଖାଲି, ଚାଲିଥିଲା ଆମ ହସ୍ପିଟାଲ ରୁପାନ୍ତରିକରଣର ଶୁଭ ଉଦଘାଟନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧକ୍ଷ ଭିକେ ପଣ୍ଡିଆନ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ହେଲେ ହସ୍ପିଟାଲ ଉଦଘାଟନୀ ସମାରୋହରେ ଉଦଘାଟନୀ ପୂର୍ବରୁ ଖାଲି ହୋଇଗଲେ ହଜାର ହଜାର ଜନ ସାଧାରଣ। ଏମିତି କୌତୁହଳ ପରିସ୍ଥିତି ଉପୁଜିଥିଲା ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ଏସ.କେ.ସି.ଜି ଖେଳ ପଡିଆ ଠାରେ, ଗତକାଲି ଏଠାରେ ହଠାତ୍ ଜନ ସାଧାରଣ ସଭା ସ୍ଥଳରୁ ଚାଲି ଯାଇଥିଲେ, ପରିସ୍ଥିତି ଏମିତି ହେଲା ଯେ ଖୋଦ ଜିଲ୍ଲାପାଳ ଲୋକମାନଙ୍କୁ ବସିବାକୁ କହିଥିଲେ ବି ଲୋକେ ଅଧାରୁ ଚାଲିଗଲେ, କେବଳ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କିଛି ବିଜେଡ଼ିର ନେତା ହିଁ ବସିଥିଲେ। ଏହାକୁ ନେଇ ସ୍ଥାନୀୟ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ସରକାରୀ ପ୍ରୋଟୋକଲ ଅନୁସାରେ କାର୍ଯ୍ୟକ୍ରମକୁ ଜିଲ୍ଲା ର କୌଣସି ବିଧାୟକଙ୍କୁ ନଡାକି କେବଳ ବିଜେଡ଼ିର ସାଂସଦଙ୍କୁ ଡାକି ଜିଲ୍ଲାପାଳ ବିଜେଡି ପ୍ରେମ ଦେଖାଉଛନ୍ତି। ଜିଲ୍ଲାପାଳ ବିଜେଡି ପାଇଁ କାମ କରି ସ୍ଥାନୀୟ ବିଧାୟକ ମାନଙ୍କୁ ଅଣ ଦେଖା କରି କେବଳ ସାଂସଦଙ୍କୁ ଧରି କାର୍ଯ୍ୟକ୍ରମ କରୁଛନ୍ତି। କେବଳ ସେତିକି ନୁହେଁ ଆସନ୍ତା ନିର୍ବାଚନ ରେ ବିଜେଡି ପାଇଁ ଯଦି କାମ କରିବେ ତେବେ ଜିଲ୍ଲାପାଳଙ୍କୁ ମାହାଙ୍ଗା ପଡ଼ିବ ବୋଲି କହିଛନ୍ତି ବିଧାୟକ, ଜନସାଧାରଣ ଆଶୀର୍ବାଦ ରେ ସେ ବିଧାୟକ ତେଣୁ ବିଧାୟକ ନଥିବାରୁ ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କ ସଭା ରେ ଅଧାରୁ ଚାଲିଗଲେ। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସାଂସଦ କହିଛନ୍ତି ଲୋକେ ସଭା ସରିବା ପର୍ଯ୍ୟନ୍ତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ