ଓଏଭି ପ୍ରବେଶିକା ପରୀକ୍ଷାରେ ସର୍ବାଧିକ ମାର୍କ ରଖିଲେ ଦୁଇ ଛାତ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି):ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରେ ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ଦୁଇ ଜଣ ଛାତ୍ର ସର୍ବାଧିକ ୫୫ ନମ୍ବର ରଖି ବ୍ଲକରେ ପ୍ରଥମ ହୋଇଛନ୍ତି । ସେମାନେ ହେଲେ ଆୟୁଷମାନ ନାୟକ ଓ ଜୀବନଜ୍ୟୋତି ଜେନା । ଧନିଓଝା ଗ୍ରାମର ଅମିୟ କୁମାର ଜେନା ଓ ଗୀତାଞ୍ଜଳୀ ଜେନାଙ୍କ ପୁତ୍ର ହେଉଛନ୍ତି ଜୀବନଜ୍ୟୋତି । ସେ ଏବେ ବନ୍ତସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ପିତାମାତା ଓ ଗୁରୁଜୀ, ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ