କାଶୀନଗରରେ ବ୍ରାହ୍ମଣ ସମାଜର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ବ୍ରାହ୍ମଣ ସମାଜ ର କାଯ୍ୟକାରିଣୀ ବୈଠକ ସ୍ଥାନୀୟ ମଦନ ମୋହନ ମନ୍ଦିର ପ୍ରାଙ୍ଗଣରେ ସଭାପତି ସୁରେଶ ବିଶ୍ୱାସରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା. ସମ୍ପାଦକ ରଘୁ ରାମ ସାହୁ ପୂର୍ଵ ପାଠ ପଠନ କରିବା ପରେ, ଯେ ହେତୁ ସଂଗଠନ କାର୍ଯ୍ୟକାଳ ଶେଷ ହୋଇ ଯାଇଛି ତେଣୁ ନୂତନ କାର୍ଯ୍ୟ କରିଣୀ ସଦସ୍ୟ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ. ଉପସ୍ଥିତ ଥିବା ବ୍ରାହ୍ମଣ ଦେବତା ମାନେ ରଘୁ ରାମ ସାହୁଙ୍କୁ ସଭାପତି, ରାଧାନାଥ ଚୌଧୁରୀ ଓ ତ୍ରିନାଥ ନାୟକଙ୍କୁ ଉପସଭାପତି, ଆନନ୍ଦ ଚନ୍ଦ୍ର ପାତ୍ରଙ୍କୁ ସମ୍ପାଦକ, ଗଣେଶ ପାଣିଗ୍ରାହୀ ଓ ଗୋପୀନାଥ ପାତ୍ରଙ୍କୁ ସହ ସମ୍ପାଦକ ଓ ରବି ନାୟକଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଥିଲା. ସମସ୍ତ ବ୍ରାହ୍ମଣ ଦେବତା ଦଣ୍ଡାୟମାନ ହୋଇ ବ୍ରାହ୍ମଣ ସମାଜର ଉନ୍ନତି ପାଇଁ ସମସ୍ତେ ଏକ ହୋଇ ସଂଗଠନକୁ ସୁଦୃଢ କରି ସମାଜକୁ ଆଗେଇ ନେବା ପାଇଁ ଶପଥ ପାଠ କରିଥିଲେ.ଶେଷରେ ଦେବକାନ୍ତ ମିଶ୍ର ଉପସ୍ଥିତ ଥିବା ବ୍ରାହ୍ମଣ ଦେବତାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ