ଗଜପତିରେ ଅଜଣା ଗାଡ଼ି ଧକାରେ ୨ ବାଇକ ଆରୋହୀ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟସ୍ଥ ବୁଲାଣି ଘାଟି ରାସ୍ତାରେ ଦୁଇ ବାଇକ ଆରୋହୀ ଗୁରୁତର।ଗୁରୁତର ଦୁଇଜଣ ହେଲେ ଅମୂଲ୍ୟ ରଥ(୪୫) ଓ ବିସପାସ ରାଉତ (୩୯) ପାରଳାଖେମୁଣ୍ଡି ସହର ଥିବା ଜଣାପଡ଼ିଛି।ଦୁଇ ବାଇକ ଆରହି ଗୁମ୍ମା ପଟୁ ସେରଙ୍ଗ ଯାଉଥିବା ବେଳେ ତାରାତାରିଣୀ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ପରପାର୍ସୀକ ସ୍ଥିତି ଦେଖିଲେ ଜଣା ପଡ଼ିଛି ଯେ ଅଜଣା ଗାଡ଼ି ଧକା ଦେଇ ଚାଲିଯାଇଛି।ଦୁଇ ଗୁରୁତରକୁ ସ୍ଥାନୀୟ ଲୋକେ ଏମ୍ବିଲେସ ଯୋଗେ ପ୍ରଥମେ ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ପରେ ଡାକ୍ତର ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ନେବାକୁ ପରାମର୍ଶ ଦେଇଥିଲେ।ଦୁଇ ବାଇକ ଆରହି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ବାଇକକୁ ସେରଙ୍ଗ ପୋଲିସ ରଖିଥିବା ବେଳେ ଦୁର୍ଘଟଣାର ତଦନ୍ତ କରୁଥିବା କହିଛନ୍ତି ସେରଙ୍ଗ ଆଇଆଇସି ଶ୍ରୀମତୀ ଲଳିନୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ