କପି କର କପି ହୁଅ

ଦିପ୍ତିମୟୀ ନାୟକ
ଦିନଥିଲା ପିଲାମାନେ ପରୀକ୍ଷା କଥା ଶୁଣିଦେଲେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ପାଠ ପଢି ପଢି ନିଜର ଭୋକ ଶୋଷ ଭୁଲିଯାଉଥିଲେ କିନ୍ତୁ ଏବେ କିଛି ପିଲାଙ୍କୁ ଆଉ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ୁନି କାରଣ ସେମାନେ କପି କରି କରି ଆଗକୁ ବଢୁଛନ୍ତି | ଆଉ ପଢା ପିଲା ମାନଙ୍କୁ ପକାଇଦେଉଛନ୍ତି | ସତ କହିବାକୁ ଗଲେ ଯେଉଁ ପିଲାମାନେ ଦିନ ରାତିକୁ ଏକ କରି ପାଠ ପଢିଥାନ୍ତି ସେମାନେ ଯେତିକି ମାର୍କ ରଖି ନଥାନ୍ତି ବିନା ପରିଶ୍ରମରେ ଭଲ କପି କରି ବଢିଆ ମାର୍କ ରଖି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥାନ୍ତି | ତେବେ ଏମାନଙ୍କୁ ସହଯୋଗ କରିବାପାଇଁ ଏମାନଙ୍କ ସହଯୋଗୀ ମାନଙ୍କର କିଛି କମ ଭୂମିକା ନଥାଏ ଏମାନେ ଦରକାର ଠାରୁ ଟିକେ ଅଧିକ ସହଯୋଗ କରିଥାନ୍ତି ଏବଂ ପିଲାମାନଙ୍କୁ କେମିତି କପି କରିବାକୁ ପଡେ ତାହାର ମଧ୍ୟ ଭଲ ଉପଦେଶ ଦେଇଥାନ୍ତି | ଆଉ ପିଲାମାନେ ଖୁସି ଖୁସିରେ ଏମାନଙ୍କ କଥାକୁ ମାନି କିଏ କେମିତି କପି କରିବ ତାହାର ଉପାୟ ଜାଣି ପରୀକ୍ଷାରେ ପରୀକ୍ଷା ଖାତାକୁ ଉଡ଼େଇକି ଲେଖିଥାନ୍ତି | ଯେମିତି ଏମାନଙ୍କ ଅକ୍ଷର ହୋଇନଥିବ ଆଉ ଏମାନେ ଏମିତି ଅକ୍ଷରରେ ଲେଖିବେ ଯେ ଯେମିତି କଲମ ଥକିଯିବ କିନ୍ତୁ ସେ କଲମ ଥକୁ କି ଯାହା ହେଉ ଭଲ ମାର୍କ ଆସୁଛି ସହଯୋଗୀ ମାନେ ଖୁସି ହେଉଛନ୍ତି ପିଲା ଖୁସି ହେଉଛନ୍ତି ୟା ଠାରୁ ବଡ଼ କଥା କିଛି ନାହିଁ | ତେବେ ଆପଣ ଥରେ ଭାବନ୍ତୁ ଯଦି ଆପଣ ପିଲାଙ୍କୁ କପି କରିବାକୁ ସୁଯୋଗ ଦେଉଛନ୍ତି ଗୋଟେ ଦେଶର ସୁନାଗରିକ ହେବା ଆଗରୁ ତାକୁ କୁନାଗରିକ ହେବାର ଜ୍ଞାନ ଦେଉଛି ତେବେ ଆପଣ କିଭଳି ଶିକ୍ଷକ, କିଭଳି ଶିକ୍ଷୟତ୍ରୀ, କିଭଳି ଅଧ୍ୟାପକ ଆଉ ଆପଣ କିଭଳି ଅଧ୍ୟାପିକା | ଯେଉଁଠି କୁହାଯାଏ ଗୁରୁଙ୍କ ବିନା କୌଣସି ଶିକ୍ଷା ଅଧାରୁ ରୁହେନା କିନ୍ତୁ ସେଠି ବର୍ତ୍ତମାନ ଦେଖିବାକୁ ମିଳୁଛି ଗୁରୁ କହୁଛନ୍ତି କପି କର କିନ୍ତୁ ମୁଁ ଏଠାରେ ଗୋଟେ କଥା କହିବି ଆପଣ କପି କରିବାକୁ କହି ପିଲାଙ୍କୁ କପି (ମାଙ୍କଡ ) କରିଦେଉନାହଁ ତ | ଏକଥା ହୁଏତ କେହି ଏଠାରେ ପଢିକି ନିଜର ମତ ମଧ୍ୟ କପି ପରୀକ୍ଷାରେ ହେଉନି ଆଉ ତମେ କାହିଁକି ଏଠାରେ ମିଛ ଉପସ୍ଥାପନ କରିଛ | ତେବେ ସେହି ମାନଙ୍କୁ ଗୋଟେ କଥା ଟିକେ ଖବର ଭିତରକୁ ନଜର ପକାନ୍ତୁ ନଚେତ ନିଜ ଘରେ ଥିବା ଟିଭିରେ ଦେଉଥିବା ଖବର ଗୁଡିକ ଶୁଣନ୍ତୁ କିମ୍ବା ଆପଣଙ୍କ ମୋବାଇଲ ଖୋଲି ଦେଖନ୍ତୁ କପି କରି ଧରା ପଡି ପିଲା କାହିଁକି ଜୀବନ ହାରୁଛନ୍ତି | ଯଦି ପରୀକ୍ଷା ଦେବାକୁ ଯିବା ସମୟରେ ସଠିକ ଭାବରେ ଚେକିଂ ହୁଅନ୍ତା ତାହେଲେ କଣ ଏମିତି ବହୁମୂଲ୍ୟ ଜୀବନ ଆଜି ଚାଲିଯାଇଥାନ୍ତା | କପି ହୁଏ ବୋଲି ପିଲା କପି କରନ୍ତି ନଚେତ ଯଦି କପି କରିବା ପାଇଁ କୌଣସି ବ୍ୟବସ୍ଥା ନଥାନ୍ତା ତାହାଲେ କାହିଁକି ଗୋଟେ ପିଲା କପି କରନ୍ତା | ଅନେକ ସମୟରେ ପରୀକ୍ଷା ହଲକୁ ଯିବା ସମୟରେ ଚେକିଂ ବ୍ୟବସ୍ଥା ହୁଏ ଆଉ ଏହି ଚେକିଂ ପରେ ପିଲାଙ୍କ ପାଖକୁ କେମିତି ପୁଣି କପି ଯାଏ ଥରେ ଭାବନ୍ତୁ ଏଠି ପିଲାଙ୍କ ପଛରେ ଅଭିଭାବକ ମାନଙ୍କର ହାତ ନଥାଏ ବରଂ ଏହି ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ ଏବଂ ଅପଧ୍ୟାପିକା ମାନଙ୍କର ହାତ ଥାଏ | କିଏ ଚାହୁଁଥାଏ ଆମ ପିଲା ଭଲ ନମ୍ବର ରଖିଲେ ଆମ ସ୍କୁଲ ନାଁ ହେବ ତ ଆଉ କିଏ କହିଥାଏ ଆମ ପିଲା ଭଲ ନମ୍ବର ରଖିଲେ ଆମ କଲେଜ ନାଁ ହେବ | କିନ୍ତୁ ଏହାରି ଭିତରେ କିଛି ପିଲା ଆଉ ପରିଶ୍ରମ କରନ୍ତିନି କାରଣ ସେମାନେ କୁହନ୍ତି ବିନା ପରିଶ୍ରମରେ ଯଦି ଫଳ ମିଳୁଛି ତାହାଲେ ଆମେ କାହିଁକି ପରିଶ୍ରମ କରିବା | ଆଉ ଏଥିପାଇଁ ଆଜିର ଦିନରେ ପ୍ରତିଭା ଲୁଚୁଛି ଏବଂ କପି କରୁଥିବା ପିଲାଙ୍କୁ ଶ୍ରେଷ୍ଠ ଛାତ୍ରଛାତ୍ରୀର ସମ୍ମାନ ଦିଆଯାଇ ସେମାନଙ୍କୁ ଅନେକ କ୍ଷେତ୍ରରେ ସମ୍ମାନିତ କରାଯାଇଛି |ତେବେ ଏକଥା ଏଠି କହିବାର କାରଣ ହେଲା ଯେଉଁମାନେ କପି କରି ଆଗକୁ ବଢୁଛନ୍ତି ସେମାନେ ଏ ପରୀକ୍ଷାର ସ୍ୱଚ୍ଛତା ରଖୁନାହାନ୍ତି କି ଏମାନେ ଭବିଷ୍ୟତରେ ସିନା ବିଭିନ୍ନ ଜାଗାରେ ସମ୍ମାନିତ ହୋଇଯିବେ କିନ୍ତୁ ପ୍ରକୃତ ଶିକ୍ଷାର ଅଧିକାରୀ ହୋଇପାରିବେନି କିନ୍ତୁ ଯେଉଁମାନେ ପରିଶ୍ରମ କରି ଆଜି ପଛରେ ପଡିଯାଇଛନ୍ତି ସେମାନେ ହୁଏତ ପରୀକ୍ଷାରେ ଅଳ୍ପ ମାର୍କ ରଖି ପାସ୍ କରିଛନ୍ତି କିନ୍ତୁ ଏହିମାନେ ଏହି ପରୀକ୍ଷାର ସ୍ୱଚ୍ଛତା ରକ୍ଷା କରିଛନ୍ତି | ତେବେ ଯେତେବେଳେ ପରୀକ୍ଷା କେନ୍ଦ୍ର ଭିତରକୁ ପିଲାଙ୍କୁ ଚେକିଂ କରି ଛଡାଯାଉଛି ସେଠି କେମିତି କପି ହେଉଛି ତାହାର ତଦନ୍ତ କରାଯାଉ ଏବଂ ପିଲାଙ୍କ ହାତରୁ କପି ଧରି ଦେଲେ ହେବନି ପିଲାଙ୍କୁ ସହଯୋଗ କରୁଥିବା ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ସେଇଠି ଧରନ୍ତୁ ଏବଂ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ | କାହିଁକି ନା ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକମାନେ ଯଦି ଫସଲ ରୂପୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବାଡ଼ ସାଜି ସୁରକ୍ଷା ଦେବେ ତେବେ କପି ରୂପୀ କୀଟ ପତଙ୍ଗ ଦ୍ଵାରା ସେମାନଙ୍କର ଜୀବନ କ୍ଷତି ହେବ ନାହିଁ, ଅନ୍ୟଥା ଯଦି ବାଡ଼ ହେଇ ଫସଲ ଖାଇବେ ତେବେ ସମାଜ କେବେ ବି ତାଙ୍କୁ କ୍ଷମା ଦେବ ନାହିଁ
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ