ଆଳୁମେଦା ପଞ୍ଚାୟତରେ ସଦର ବିଜେପିର ‘ମହା ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳୁମେଦା ପଞ୍ଚାୟତରେ ସଦର ବିଜେପି ପକ୍ଷରୁ ‘ମହା ମିଶ୍ରଣ ପର୍ବ’ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଆଳୁମେଦା ପଞ୍ଚାୟତର ବହୁ ବିଜେଡି ଦଳର ନେତା ଏବଂ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ତଥା ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ସଦର ନେତା ମାନସ କୁମାର ଦତ୍ତଙ୍କ ଦୃଢ କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ଉପରେ ଭରସା ରଖି ନିତ୍ୟାନନ୍ଦ ମଲ୍ଲିକ, ଚନ୍ଦନ ବେହେରା, ଅଜୟ ପଟ୍ଟାୟତ, ହେମନ୍ତ ବେହେରା, ରାଜା ପଟ୍ଟାୟତ, ଭାନୁ ପଟ୍ଟାୟତ, ଲମ୍ବୋଧର ମଲ୍ଲିକ, ସର୍ତ୍ତୁକ ମଲ୍ଲିକ, ସୁଶାନ୍ତ ଜେନା, ସହଦେବ ବେହେରା, ଉମାକାନ୍ତ ବେହେରା, ବିଜୟ ମଲ୍ଲିକ, ଗୀତା ମଲ୍ଲିକ, ସତ୍ୟନାରାୟଣ ମଲ୍ଲିକ, ମଧୂସୁଦନ ମଲ୍ଲିକ, ଭାଗୀରଥ ପରିଡା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ଆଜି ଓଡିଶାରେ ଜନସାଧାରଣ ବିଜୁ ଜନତା ଦଳର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି । ଦୀର୍ଘ ୨୪ ବର୍ଷ ଶାସନରେ ଆଜି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଗତ ଉପନିର୍ବାଚନରେ ବାଲେଶ୍ୱର ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଆଜି ପାଣିର ଗାର ସଦୃଶ ବୋଲି ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ପରିପ୍ରକାଶ କରିଛନ୍ତି । ଆଜି ସମସ୍ତଙ୍କର ଯୋଗଦାନ ପ୍ରମାଣିତ କରୁଛି ଯେ ପ୍ରଧାନମନ୍ତ୍ରୀ ପ୍ରତି ଲୋକମାନଙ୍କର ଆସ୍ଥା ଓ ସାମାଜିକ ନେତୃତ୍ୱର ବିଶ୍ୱାସ ବୃଦ୍ଧି ପାଉଛି । ମୋଦିଜୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ବର୍ଗର ଲୋକେ ଆଜି ବିଜେପିରେ ସାମିଲ ହେଉଛନ୍ତି । ଦଳରେ ମିଶିଥିବା ଅନୁଭବୀ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବୁଥ ସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ ବୋଲି ସଦର ନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ଦିଲ୍ଲୀପ ମହାନ୍ତି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି କାହ୍ନୁ ପ୍ରଧାନ, ସଞ୍ଜୟ ମଣ୍ଡଳ, ଅରବିନ୍ଦ ଜେନା, ବିଷ୍ଣୁ ଧିଣ୍ଡା, ମଞ୍ଜୁଶ୍ରୀ ଗାୟାନ, ଉତ୍ତମ ମାଝୀ, ସୁଶାନ୍ତ ମଣ୍ଡଳ, ଝୁମା ଜେନା, ମାୟାଧର ମହାଳିକ, କମଳାକାନ୍ତ ମଲ୍ଲିକ, କିଶୋର ବେହେରା, ମୀନତି ମଲ୍ଲିକ, ସନାତନ ଧିଣ୍ଡା, ଚକ୍ରଧର ମହାନ୍ତି, ଭୀମ ଜେନା, ବିଷ୍ଣୁପଦ ମଲ୍ଲିକ, ଚନ୍ଦ୍ରକାନ୍ତ ବେହେରା, ସୁବାଷ ଦାସ, ପଞ୍ଚାନନ ବେହେରା, ରଞ୍ଜିତା ପଟ୍ଟାୟତ, କାର୍ତ୍ତିକ ମଲ୍ଲିକ, ପ୍ରଦୀପ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ