ପାରଳାଖେମୁଣ୍ଡିରେ ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ପୁରୁଣା କୋର୍ଟ ଛକ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରାସ୍ତା ମରଣଜନ୍ତା ପାଲଟିଛି. ଦୀର୍ଘଦିନର ଦାବି ନିବେଦନ, ଆନ୍ଦୋଳନ ଆଦି ପରେ ସୁଦ୍ଧା ଏନେଇ ପ୍ରଶାସନ ନିଷ୍କ୍ରିୟ ରହୁଥିବା ପ୍ରତିବାଦରେ ଗତକାଲି ପାରଳାରେ ରାସ୍ତାରୋକ କରାଯାଇଛି.ଘଟଣାରୁ ପ୍ରକାଶ, ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସ୍ବେଛାସେବୀ ସଂଗଠନ, ତରଫରୁ ରାସ୍ତାର ମରାମତି,ଓ ଏହାର ପୁନରଉଦ୍ଧାର ସକାଶେ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳ ସମସ୍ତଙ୍କୁ ବିଭିନ୍ନ ସମୟରେ ଲୋକେ ଅବଗତ କରାଇଛନ୍ତି । ଏହି ରାସ୍ତାର ମରାମତି ଦାୟିତ୍ୱ ପୌରପାଳିକା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି । ହେଲେ ପୂର୍ତ୍ତ ଭାଗର ଅବହେଳା ଯୋଗୁଁ ଦୀର୍ଘଦିନ ଧରି ରାସ୍ତାର ମରାମତି ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ସ୍ଥାନୀୟ ବାସିନ୍ଦା,ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ,ସମସ୍ତେ ଏକତ୍ରିତ ହୋଇ ସହରର ଗାନ୍ଧୀ ଛକ ନିକଟରେ ମହାରାଜାଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । ଦୀର୍ଘ ସମୟ ଧରି ଲୋକଙ୍କ ପ୍ରତିବାଦ ଫଳରେ ପ୍ରଥମେ ସ୍ଥାନୀୟ ତହସିଲଦାର ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଉତ୍ୟକ୍ତ ଲୋକେ ନମାନିବା ଫଳରେ ପୂର୍ତ୍ବିଭାଗୀୟ ମୁଖ୍ୟଯନ୍ତ୍ରୀ ଆସି ଲୋକଙ୍କୁ ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ ଅଞ୍ଚଳବାସିନ୍ଦା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ