ଏସକେସିଜି କଲେଜର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଏସକେସିଜି ସ୍ଵୟଂ ଶାସିତ କଲେଜ ଠାରେ କଲେଜର ଯୁବ ରେଡକ୍ରସ ବାହୀନି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରକୁ କଲେଜର ଅଧ୍ୟକ୍ଷ ଡ. ଜିତେନ୍ଦ୍ରନାଥ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଏଥିରେ ମୋଟ ୬୭ୟୁନିଟ ରକ୍ତ ସଂଗ୍ରହ ହେଇଥିଲା। ଏହି ଶିବିର ଆୟୋଜନ କରିବା ପାଇଁ ସ୍ଥାନୀୟ ଏଦ୍ ଡି ଏଫ୍ ସି ବ୍ୟାଙ୍କ୍ ସହଯୋଗ କରିଥିଲେ। ଏହା ଏକ ମହତ କାର୍ଯ୍ୟ ଏବଂ ରକ୍ତଦାନ ମହତ ଦାନ ବୋଲି ଅତିଥି ମାନେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଯୁବ ରେଡକ୍ରସ ଆବାହକ ସୁକାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଅନୁଷ୍ଟିତ ସୋଇଥିଲା। ଏଥିରେ ଏଚ ଡି ଏଫ୍ ସି ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ଶାଖା ପରିଚାଳକ ସୁବ୍ରତ ଚୌଧୁରୀ, ପ୍ରଦୋଷ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହାକୁ କଲେଜର ସହକାରୀ ପ୍ରାଧ୍ୟାପକ ପି ଶବର, ଉର୍ମିଳା ବଦମୁଣ୍ଡି, ଅଜୟ କୁମାର ରଇତ ପ୍ରମୁଖ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ