ମୋ ବସରେ ମଦ୍ୟପ ଯୁବକ ମାନଙ୍କୁ ଚଢାନ୍ତୁ ନାହିଁ

ଦିପ୍ତିମୟୀ ନାୟକ
ଅନେକ ସମୟରେ ଦେଖିବାକୁ ମିଳେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ମୋ ବସ ଭିତରକୁ ପ୍ରବେଶ କରନ୍ତି ମଦ୍ୟପ ବ୍ୟକ୍ତି | ଯେତେବେଳେ ସମସ୍ତେ କୁହନ୍ତି ଯାତ୍ରୀଙ୍କ ସୁବିଧା ପାଇଁ ଏହି ମୋ ବସ ସେବା ଯୋଗାଇ ଦିଆଯାଇଛି ସେତେବେଳେ କେମିତି ନା କେମିତି ମୋ ବସ ଭିତରେ ପ୍ରବେଶ କରିଥିବା ମଦ୍ୟପ ବ୍ୟକ୍ତିଙ୍କୁ ଦେଖିଲେ ଏମିତି ଲାଗେ ଯେମିତି ମୋ ବସ ଏବେ ଲୋକଙ୍କ ସୁବିଧା ପାଇଁ ନୁହେଁ ଅସୁବିଧା ପାଇଁ ହୋଇଛି | ଏକଥା କହିବାର ମାନେ ହେଲା ମୋ ବସ ଭିତରେ ଅନେକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଏବଂ ଲୋକମାନେ ଯାତ୍ରା କରିଥାନ୍ତି କାହିଁକି ନା ସ୍ୱଳ୍ପ ମୂଲ୍ୟରେ ଯାତ୍ରା ସଫଳ ହୋଇଥାଏ | କିନ୍ତୁ ଏହାରି ଭିତରେ ଯେତେବେଳେ ମଦ୍ୟପ ବ୍ୟକ୍ତିମାନେ ପାଦ ଟଳମଳ କରି ମୋ ବସ ଭିତରକୁ ପ୍ରବେଶ କରିନ୍ତି ସେତେବେଳେ ଚିନ୍ତା ବଢିଯାଇଥାଏ | କାହିଁକି ନା ଏମାନେ ମୋ ବସ ଭିତରକୁ ପ୍ରବେଶ କରୁ କରୁ ଗାଳି ଗୁଲଜ କରୁଥିବାର ଦେଖିବାକୁ ମିଳିଥାଏ | ଏଥିସହିତ ମୋ ବସରେ ଥିବା ମହିଳା କଣ୍ଡକ୍ଟର କିମ୍ବା ପୁରୁଷ କଣ୍ଡକ୍ଟର ମାନଙ୍କୁ ନାକେଦମ କରିବା ସହ ଅନେକ ସମୟରେ ଏହି ମଦ୍ୟପ ବ୍ୟକ୍ତିମାନେ ଅଯଥା କଥାରେ ଯୁକ୍ତି କରିଥାନ୍ତି ଯାହାଫଳରେ ସେମାନଙ୍କୁ ମଧ୍ୟ ଅସୁବିଧା ହୋଇଥାଏ ଟିକେଟ କାଟିବାକୁ ତେବେ କଥା କେବଳ ଏତିକିରୁ ସରିଯାଏନି ବରଂ ଏହି ମଦ୍ୟପମାନେ ଅସଭ୍ୟ ଭାଷାର ଇଙ୍ଗିତ କରୁଥିବାର ନଜର ମଧ୍ୟ ରହିଛି |ତେଣୁ ସରକାରଙ୍କୁ ବିନୀତ ଅନୁରୋଧ ମୋ ବସ ଭିତରକୁ ମଦ୍ୟପ ମାନଙ୍କର ପ୍ରବେଶକୁ ନିଷେଧ କରନ୍ତୁ ଏଥିସହିତ ଯେଉଁମାନେ ମଦ୍ୟପାନ କରି ମୋ ବସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଯାହାଫଳରେ ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅସୁରକ୍ଷିତ ମନେ ହେବନି ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ