କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକରେ ବନ୍ଧୁମିଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଆନୁକୂଲ୍ୟରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ବେହେରା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶରତ କୁମାର ବେହେରା, ସମ୍ପାଦକ ସୁମନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିହାରୀ, କୋଷାଧ୍ୟକ୍ଷ ସୁସିଲ କୁମାର ସାମଲ, ଉପଦେଷ୍ଟା ଗଙ୍ଗାଧର ପରିଡା, ଧନେଶ୍ୱର ରାଉତ, ନରୋତ୍ତମ ପରିଡା, ଭାଗୀରଥି ଜେନା, ଚନ୍ଦନ କୁମାର ପରିଡା, ଶାନ୍ତିସ୍ୱରୂପ ଭୂୟାଁ, ନଳିନୀପ୍ରଭା ଚୈାଧୁରୀ, ଚିନ୍ମୟ ମଲ୍ଲିକ, ପ୍ରଭାତରଞ୍ଜନ ମହାନ୍ତି, ଦିଲ୍ଲିପ କୁମାର ଜେନା ଇତ୍ୟାଦି ଯୋଗଦେଇ ସଙ୍ଘର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯାଇ ସଂଗଠନକୁ ସୁଦୃଢ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଜିଲ୍ଲାର ପ୍ରତି ପଞ୍ଚାୟତ ସ୍ତରରେ ସଭାପତି ଓ ସମ୍ପାଦକ ଚୟନ କରାଯାଇ ତୃଣମୂଳ ସ୍ତରରୁ ବ୍ୟାପକ କରାଯିବା ସଙ୍ଗେ ସଙ୍ଗେ ଜିଲ୍ଲା ସ୍ତରରେ ଏକ ସ୍ଥାୟୀ ଅଫିସ କରାଯାଇ ଜିଲ୍ଲାର ସମସ୍ତ କ୍ଷତ୍ରୀୟ ଖଣ୍ଡାୟତ ଲୋକମାନଙ୍କର ବିଭିନ୍ନ ମୈାଳିକ ସମସ୍ୟା, କୋର୍ଟ କଚେରୀ, ପୋଲିସ ଫାଣ୍ଡି ଇତ୍ୟାଦି ସମସ୍ୟା ଗୁଡିକୁ ସମାଧାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯିବା ସହ ଚନ୍ଦନ କୁମାର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଚୈତନ୍ୟ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ