ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଆଲୋଚନା ଚକ୍ର             

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ରବିବାର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଓକିଲ ସଂଘ ସମ୍ପାଦକ କୁରେଶୁ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଓକିଲ ସଂଘ ସଭାପତି ଲଷ୍ମୀ ନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଓକିଲ ସଂଘ ର ବରିଷ୍ଠ ଆଇନଜୀବୀ ଉମା ସାବତ ଯୋଗ ଦେଇଥିଲେ। ଆସିକା ଓକିଲ ସଂଘ ର ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା ମୁଖ୍ୟ ବକ୍ତା ଏବଂ  ଅନ୍ୟତମ ଅତିଥିଭାବେ ନୋଟାରୀ ହୃଦୟ ରଞ୍ଜନ ମେକାପ ଯୋଗ ଦେଇଥିଲେ।’ ଲ ଅଫ ଇଞ୍ଜନକ୍ସନ ଏବଂ ଇଣ୍ଟରଲୋକ୍ଟରି ଅର୍ଡର ‘ ସମ୍ପର୍କରେ  ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ନୋଟାରୀ ରଞ୍ଜନ କୁମାର ବେହେରା,ମନୋଜ କୁମାର ପଣ୍ଡା, ସୂର୍ଯ୍ୟାଂସୁ ଶେଖର ରଥ , ଅଶେଷ ନାଥ ମିଶ୍ର, କିଶୋର ଗୌଡ଼, ପି. ଶିବ ଶଙ୍କର, ବିଜୟ କୁମାର ପ୍ରଧାନ, ମନୋରଞ୍ଜନ ପଣ୍ଡା, ପ୍ରଦୀପ କୁମାର ମହାପାତ୍ର, ପ୍ରଦୀପ କୁମାର ନାୟକ, ସିମାଞ୍ଚଳ ପ୍ରଧାନ,ଗିରିଜା ନନ୍ଦନ ମେକାପ, ପ୍ରଶାନ୍ତ ବରାଡ଼ ପ୍ରମୁଖ ବହୁ ଆଇନଜୀବୀ ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ